Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଡିକାଲର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମେଡିକାଲର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ଭୀମସାର ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଙ୍କ କାର୍ଯ୍ୟବନ୍ଦ । ମେଡିକାଲର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ । ସମସ୍ୟା ନେଇ ଦୀର୍ଘ 6 ମାସ ଧରି ସମାଧାନ ଦାବି କରିଆସୁଥିଲେ । ବିଗତ 7 ଦିନ ଧରି ଛାତ୍ରଛାତ୍ରୀ ବ୍ଲାକ ବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରି ଆସୁଥିଲେ l ଆସନ୍ତା କାଲି ଠାରୁ କାର୍ଯ୍ୟ ବନ୍ଦ କରିବେ ଭୀମସାର ର ହାଉସ ସର୍ଜନ ଓ ୟୁଜି ମେଡ଼ିକାଲ ଛାତ୍ର। ଦାବୀ ପୂରଣ ନହେବାରୁ ଏମିତି ଚେତାବନୀ ଦେଇଛନ୍ତି ମେଡିକାଲ ଛାତ୍ର ଛାତ୍ରୀ l

ମେଡିକାଲ ର ବିଭିନ୍ନ ସମସ୍ୟା ତଥା ଡାକ୍ତରୀ ଛାତ୍ର ଙ୍କ ଷ୍ଟାଇଫେନ ନମିଳିବା ସମସ୍ୟା ନେଇ ଦୀର୍ଘ 6 ମାସ ଧରି ସମାଧାନ ଦାବୀ କରି ଆସୁଥିବା ବେଳେ ବିଗତ 7 ଦିନ ଧରି ଛାତ୍ର ଛାତ୍ରୀ ବ୍ଲାକ ବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରି ଆସୁଥିଲେ l ତେବେ ଆଜି ସୁଦ୍ଧା ମେଡିକାଲ କଲେଜ କତୃପକ୍ଷ ତଥା ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନ ନେବାରୁ ଆଜି ପ୍ରତିବାଦ ଶୋଭାଯାତ୍ରା କରିବା ସହ ଆସନ୍ତା କାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି କହିଛନ୍ତି ମେଡିକାଲ ଛାତ୍ର ଛାତ୍ରୀ l  ଏଭଳି ଭାବେ ଆସନ୍ତା କାଲି ଠାରୁ ବୁର୍ଲା ଭୀମସାର ମେଡିକାଲ ରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strike by Bhimsar House Surgeon and UG Medical Students | Argus News