Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5 ହଜାର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Odisha

5 ହଜାର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago
5 ହଜାର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅର୍ଗସ ବ୍ୟୁରୋ:   5 ହଜାର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଡ଼ିଶା ଅଗ୍ନିଶମ କର୍ମଚାରୀ ସଙ୍ଘ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପଦୋନ୍ନତି ଓ ଦରମା ବୃଦ୍ଧି ଦାବିରେ ସଂଘ ଏହି ନିଷ୍ପତ୍ତି ନେଇଛି । ଅଗ୍ନିଶମ ସେବାସଂସ୍ଥା କର୍ମଚାରୀଙ୍କର ୧୩ଟି ପଦବୀ ସ୍ତରରୁ ୧୧ଟି ସ୍ତରରେ ଓଡ଼ିଶା ପୋଲିସ୍ କର୍ମଚାରୀମାନଙ୍କ ଭଳି ସମାନ ଦରମା ରହିଛି ।

କିନ୍ତୁ ୨ଟି ସ୍ତରରେ କର୍ମଚାରୀମାନେ ନିଜ ସ୍ତରରେ କମ୍ ଦରମା ମିଳୁଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଗତବର୍ଷ ଡିସେମ୍ବର  ୧୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଛନ୍ତି କର୍ମଚାରୀ । ଚଳିତବର୍ଷ ଜାନୁଆରୀ 22ରୁ କର୍ମଚାରୀମାନେ ସପରିବାର ଏକ ବେଳା ଖାଦ୍ୟ ଗ୍ରହଣ କରି ଓ ଏକ ବେଳା ଉପବାସ ରହି ସରକାରୀ କାର୍ୟ୍ୟ କରିଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଆଶ୍ୱାସନା ମିଳିନଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Strike of 5 thousand fireman | Argus News