Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା

Manini Pattanayak
Browse all articles by Manini Pattanayak
·1 year ago·1 min read
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା

ବାଲେଶ୍ୱର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧିନ ଭାଟପଡ଼ା ଗାଁରେ ଥିବା ପି.ଆର. ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୌଣସି ଶିକ୍ଷକ ନଥିବା ଯୋଗୁଁ ଷଷ୍ଠ ଶ୍ରେଣୀରେ ନାମଲେଖା ହୋଇପାରୁନାହିଁ।  ଫଳରେ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣାରେ ବସିଛନ୍ତି। ଭାଟପଡ଼ା ଗାଁରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ୨ଜଣ ଶିକ୍ଷକ ଥିଲେ। ହେଲେ ଜଣେ ଶିକ୍ଷକଙ୍କ ଅବସର ହୋଇଥିଲାବେଳେ ଅନ୍ୟଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି।

ଏବେ ଏହି ସ୍କୁଲରେ କେହି ଶିକ୍ଷକ ନଥିବା ଯୋଗୁଁ ପଞ୍ଚମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖେଇ ପାରୁ ନାହାଁନ୍ତି, ଫଳରେ ପାଠ ପଡ଼ିବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟ ବିଦ୍ୟାଳୟ ବହୁ ଦୂରରେ ହୋଇଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଦୂର ସ୍କୁଲକୁ ଯିବାକୁ ଇଛା ପ୍ରକାଶ କରୁନାହାନ୍ତି। ଏନେଇ ଉପରିସ୍ଥି ଅଧିକାରୀଙ୍କୁ ଗ୍ରାମବାସୀମାନେ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ ବି ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇନାହିଁ। ଯାହାକି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସ୍କୁଲ ବାରଣ୍ଡାରେ ଧାରଣାରେ ବସିଛନ୍ତି। ଶିକ୍ଷକ ନିଯୁକ୍ତି ନହେବା ଯାଏଁ ଏହି ଧାରଣା  ଜାରି ରହିବ ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strike of students and parents in the school porch | Argus News