Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ଆମ ଓଡିଶା ନବୀନ ଓଡିଶା" ବ୍ୟାଗକୁ କଡା ବିରୋଧ

Swayangprajna Mishra
Browse all articles by Swayangprajna Mishra
·2 years ago
"ଆମ ଓଡିଶା ନବୀନ ଓଡିଶା" ବ୍ୟାଗକୁ କଡା ବିରୋଧ

 ସମ୍ବଲପୁର : ଆମ ଓଡିଶା ନବୀନ ଓଡିଶା ବ୍ୟାଗକୁ ବିରୋଧ ସହ ପୋଡିଲେ ଗ୍ରାମବାସୀ । ସମ୍ବଲପୁର ରେଙ୍ଗାଲି ବ୍ଲକ କତରବଗାଁ ଗ୍ରାମ ପଂଚାୟତରେ ଏହି ବ୍ୟାଗକୁ ବିରୋଧ କଲେ ଗାଁ ଲୋକେ । ମୋଦି ସରକାର ଦେଉଥିବା ଚାଉଳ ଆମ ଓଡିଶା ନବୀନ ଓଡିଶା ଚିହ୍ନ ଥିବା ବ୍ୟାଗରେ ଭତ୍ତି କରି ବଣ୍ଟନ କରାଯାଉଛି । ଯାହାକୁ ପଞ୍ଚାୟତବାସୀ ବିରୋଧ କରିବା ସହ ପୋଡି ଦେଇଥିଲେ । 

ଅଧିକ ପଢନ୍ତୁ : କେନ୍ଦ୍ର ଚାଉଳ, ବିଜେଡି ବ୍ରାଣ୍ଡିଂକୁ ନେଇ ତେଜୁଛି ଅସନ୍ତୋଷ

କେବଳ ଏଇଠି ନୁହେଁ ଆହୁରି ଅନେକ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କିଛି ବିଜେଡି କର୍ମୀମାନେ କେନ୍ଦ୍ରଦ୍ବାରା ଯୋଗାଇ ଦିଆଯାଉଥିବା ମାଗଣା ଚାଉଳକୁ "ଆମ ଓଡିଶା ନବୀନ ଓଡିଶା" ବ୍ୟାଗରେ ବାଣ୍ଟଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେପି କଡା ପ୍ରତିବାଦ କରିବା ସହ ବ୍ୟାଗଗୁଡିକ ପୋଡିବା ଅଭିଯାନ ଆରମ୍ଭ କରିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong opposition to "Aama Odisha Naveen Odisha" bag | Argus News