Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ ନବୀନ ବ୍ରାଣ୍ଡିଂକୁ  ତୀବ୍ର ବିରୋଧ

Manini Pattanayak
Browse all articles by Manini Pattanayak
·2 years ago
ନିର୍ବାଚନ ପୂର୍ବରୁ ନବୀନ ବ୍ରାଣ୍ଡିଂକୁ  ତୀବ୍ର ବିରୋଧ

ମାଲକାନଗିରି:  ନିର୍ବାଚନ ପୂର୍ବରୁ ନବୀନ ବ୍ରାଣ୍ଡିଂକୁ  ତୀବ୍ର ବିରୋଧ । ଚିତ୍ରକୋଣ୍ଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଲୋଗ ଥିବା ଖାଲି ବ୍ୟାଗ ପୋଡିଛନ୍ତି ଉତ୍ତ୍ୟକ୍ତ ଲୋକେ । ଚାଉଳ ନଥାଇ ଖାଲି ବ୍ୟାଗ ବାଣ୍ଟୁଥିବାରୁ ଅସନ୍ତୋଷ ବଢିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

ଚିତ୍ରକୋଣ୍ଡା ବିଜେପି ସଭାପତି ହେମନ୍ତ ସଗରୀଆଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ ସହ ଆମ ଓଡିଶା ନବୀନ ଓଡ଼ିଶା ଲୋଗ ଥିବା ବ୍ୟାଗ ପୋଡାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସନ କାର୍ଡ ଥିବା ଲୋକଙ୍କୁ ମାଗଣା ଚାଉଳ ବାଣ୍ଟି ଆସୁଛନ୍ତି  । କିନ୍ତୁ  ରାଜ୍ୟ ସରକାର ଆମ ଓଡିଶା ନବୀନ ଲୋଗ ଥିବା ବ୍ୟାଗ ବାଣ୍ଟି ବାହା ବାହା ନେଉଥିବା ବିଜେପି କର୍ମି ଅଭିଯୋଗ କରିଛନ୍ତି । ଚାଉଳ ନଦେଇ ଖାଲି ବ୍ୟାଗ ବଣ୍ଟାଯାଉଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong opposition to Naveen branding before elections | Argus News