Videos
|
Odisha

ସିସିଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago
ସିସିଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଷ୍ଟ୍ରଙ୍ଗରୁମର ସିସିଟିଭି 3 ଘଣ୍ଟାରୁ ଅଧିକ ସମୟ ବନ୍ଦ ହେବାକୁ ନେଇ ନୀଳଗିରିରେ ଉତ୍ତେଜନା। ସୁରକ୍ଷା କର୍ମୀ ଓ ପୁଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ଝଗଡା ଦେଖିବାକୁ ମିଳିଛି। ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ। ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ନୀଳଗିରି ଷ୍ଟ୍ରଙ୍ଗ ରୁମ ବାହାରେ କର୍ମୀମାନେ ବସିଥିବା ବେଳେ ସିସିଟିଭି ବନ୍ଦ ହୋଇଯାଇଛି । ଇଭିଏମଗୁଡିକ ସିସିଟିଭି ନଜରରେ ରହିଥିଲେ ମଧ୍ୟ କର୍ମୀମାନେ ବାହାରେ ରହି ସିସିଟିଭି ଉପରେ ନଜର ରଖିଛନ୍ତି। ଚଳିତ ବର୍ଷ ନୀଳଗିରିରେ ମୋଟ ୨୧୯ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା। ଏସବୁ କେନ୍ଦ୍ରର ଇଭିଏମ ଏଠାରେ ରଖାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Strongroom CCTV is off for more than 3 hours | Argus News