Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲରେ ଛାତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Smruti Parija
Browse all articles by Smruti Parija
·2 years ago·1 min read
ସ୍କୁଲରେ ଛାତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ: ବାସୁଦେବପୁର ବ୍ଲକର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟର ଜଣେ ଛାତ୍ରୀର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ବେହେରା ବୋଲି ଜଣାପଡିଛି । ଧାମନଗର ଆଠଘରିଆ ଅଂଚଳର ସୁରେନ୍ଦ୍ର ବେହେରାଙ୍କ ଝିଅ ହେଉଛନ୍ତି ଅର୍ପିତା । ସେ ବାସୁଦେବପୁର ବ୍ଲକର ଚାନ୍ଦିମାଳ ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ରହି ପାଠ ପଢୁଥିଲେ । 

ଆଜି ସକାଳେ ଗୁରୁତର ଅବସ୍ଥାରେ ଵିଦ୍ୟାଳୟର ଷ୍ଟାଫ୍ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଝିଅକୁ ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀର ପରିବାର ଲୋକ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରୁଛି । ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।   

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
student-dies-in-school | Argus News