Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

Odisha

ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ହୋଲି ଖେଳିସାରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ସାଲେପୁର କଲେଜରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ଛାତ୍ର ଆଶିଷ କୁମାର ଦାସଙ୍କର ପୋଖରୀରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ। ଘଟଣାରୁ ପ୍ରକାଶ କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ତ ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

ପୋଖରୀରେ ଗୋଡ଼ ଖସି ଯାଇଥିଲା ସ୍ଥାନୀୟବାସିନ୍ଦା ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student | Argus News