Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର୍

Odisha

କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର୍

Smruti Parija
Browse all articles by Smruti Parija
·2 years ago·1 min read
କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର୍

ଭଦ୍ରକ: କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ।  କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର୍ । ତାରି ପ୍ରତିବାଦରେ ଉତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । 

ଭଦ୍ରକ ଚାନ୍ଦବାଲି ରାସ୍ତାର ତିହିଡି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି । ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ । ଛାତ୍ରୀ ଜଣକ ତାଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ପଢୁଥିଲେ ।  କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ଧକ୍କା ଦେଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କାରକୁ ଭଙ୍ଗାରୁଜା କରିଛନ୍ତି । ପରେ ପୋଲିସ ପହଞ୍ଚି କାରକୁ ଅଟକ ରଖିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
student-killed-in-accident-at-bhadrak | Argus News