25 ବର୍ଷ ପରେ ବି ବଦଳିନି ସ୍କୁଲର ଚିତ୍ର

ବାଲେଶ୍ୱର: ଟିଣ ଛପର ତଳେ ଚାଲିଛି ପାଠ ପଢା। ଭଙ୍ଗା ଦଦରା ଘରେ ବିପଦରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। 25 ବର୍ଷ ପରେ ବି ବଦଳିନି ସ୍କୁଲର ଚିତ୍ର। ଏବେବି ରହିଛି ମାଳ ମାଳ ସମସ୍ୟା। ବାଲେଶ୍ବର ଜିଲ୍ଲା ଭୋଗରାଇର ବାଗ ହାଇସ୍କୁଲ । ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାଏ । କାନ୍ଥ ଫାଟି ଆଁ କରିଛି । ଛାତରୁ ବର୍ଷା ପାଣି ପଡୁଛି । ଏଠି ଛାତ୍ରୀଛାତ୍ରଙ୍କୁ ସାମାନ୍ୟତମ ସୁବିଧା ମିଳିବା ମଧ୍ୟ କଷ୍ଟକର ହୋଇପଡିଛି। ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ଖେଳ ପଡିଆ ମଧ୍ୟ ନାହିଁ l ପାଇଖାନ ନଥିବାରୁ ବିଶେଷ କରି ଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମଣୁଛନ୍ତି l
ସେପଟେ ସ୍କୁଲକୁ 25 ବର୍ଷ ହୋଇଥିଲେ ହେଁ ଏଯାଏଁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ସେପଟେ ମଧ୍ୟାହ୍ନ ଭୋଜନ କରିବl ପାଇଁ ଘରର ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ହଇରାଣ ହୁଅନ୍ତି ଛାତ୍ରଛାତ୍ରୀ l ଏପରିକି ସ୍କୁଲର ପାଚେରୀ ଟିଏ ବି ନାହିଁ। ପୂର୍ବତନ ବିଜେଡି ସରକାର ରାଜ୍ୟରେ ଅନେକ ସ୍କୁଲର ରୂପାନ୍ତରୀକରଣ କରିଥିବାବେଳେ ବାଗ ସ୍କୁଲ ଏଥରି କଣ ପାଇଁ ବାଦ ପଡିଲା ତାକୁ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ସ୍କୁଲ ଗୃହ ନିର୍ମାଣ ସହିତ ପାଚେରୀ ନିର୍ମାଣ ଓ ଖେଳ ପଡ଼ିଆ ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ ଦାବି କରିଛନ୍ତି l
ପୂର୍ବ ସରକାର ୫ଟି ଯୋଜନାରେ ବିଭିନ୍ନ ସ୍ଥାନରେ ସ୍କୁଲ ରୂପାନ୍ତରିତ କରି ସ୍ମାର୍ଟ ସ୍କୁଲ କରୁଥିବା ବେଳେ 27 ବର୍ଷ ପୁରାତନ ଏହି ସ୍କୁଲକୁ ଅଣଦେଖା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୁବିଧାରୁ ବଞ୍ଚିତ କରିଛନ୍ତି l ତେବେ ନୂଆ ସରକାର ଆସିଥିବାରୁ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨