Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା

Odisha

ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା

ଅର୍ଗସ ବ୍ୟୁରୋ:  24 ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରିଥିବା କହି ଡିଣ୍ଡିମ ପିଟୁଥିବା ବେଳେ, ଏ ହେଉଛି ଗ୍ରାଉଣ୍ଡରେ ବିକାଶର ଅସଲ ଚିତ୍ର। ପ୍ରଥମରୁ ପଞ୍ଚମ ଶ୍ରେଣୀର 51 ଜଣ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ରହିଛି ଗୋଟିଏ ମାତ୍ର ଶ୍ରେଣୀଗୃହ। ତାହା ବି ବିପଦ ସଂକୁଳ ଅବସ୍ଥାରେ । ବର୍ଷା ହେଲେ ଶ୍ରେଣୀଗୃହର ଛାତରୁ ପାଣି ଝରୁଛି, ଶ୍ରେଣୀଗୃହର ଅବସ୍ଥା ଅତି ଶୋଚନୀୟ ।   ଖାଲି ସେତିକି ନୁହେଁ ମାତ୍ର 2ଜଣ ଶିକ୍ଷକରେ ଏଠି ଚାଲିଛି ପାଠପଢା।  ଫଳରେ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ପିଲାମାନେ ।

ଏ ହେଉଛି କୋରାପୁଟ କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ସରକାରି ପ୍ରାଥମିକ ବିଦ୍ୟାଳୟ କୁମ୍ଭୀଖାରି । ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇ ବହୁତ ବର୍ଷ ହୋଇ ସାରିଲାଣି କିନ୍ତୁ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ରୋଷଇ ନଥିବାରୁ ବାଧ୍ୟ ହୋଇ ଶିକ୍ଷକ ମାନେ ନିଜସ୍ପ ଖର୍ଚ୍ଚରେ ରୋଷେଇ ଘର ମରାମତି କରିଛନ୍ତି । ତେବେ ଖାଇବାକୁ ସ୍ଥାନ ନଥିବାରୁ ଖରା ବର୍ଷାରେ ବାରଣ୍ଡାରେ ବସି ଖାଆନ୍ତି ଛାତ୍ରଛାତ୍ରୀ l ସ୍କୁଲ ପରିସରରେ ଚାରିଟି ଶୌଚାଳୟ ରହିଛି l କିନ୍ତୁ କୌଣସିଟି ବ୍ୟବହାର ଯୋଗ୍ୟ ନୂହେଁ ଫଳେର ଛାତ୍ରଛାତ୍ରୀଙ୍କୁ ଶୌଚ ପାଇଁ ବହୁ ଦୁରକୁ ଯିବାକୁ ପଡୁଛି। ବର୍ଷ ବର୍ଷ ଧରି ବିଦ୍ୟାଳୟରେ ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ସ ବୁ ଦେଖି ସାଜିଛି ନିରବଦ୍ରଷ୍ଟା। ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ନାଁରେ ମିଳୁଛି କେବଳ ପ୍ରତାରଣା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students are studying in dangerous conditions | Argus News