Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରଣ୍ଡାରେ ଚାଲିଛି କୁନିକୁନି ଛାତ୍ରଛାତ୍ରୀ ପାଠପଢ଼ା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାରଣ୍ଡାରେ ଚାଲିଛି କୁନିକୁନି ଛାତ୍ରଛାତ୍ରୀ ପାଠପଢ଼ା

ଅର୍ଗସ ବ୍ୟୁରୋ:  ସ୍କୁଲ ଅଛି, କ୍ଲାସରୁମ ଅଛି, ଶିକ୍ଷକ ବି ଅଛନ୍ତି। କିନ୍ତୁ ବାରଣ୍ଡାରେ ଚାଲିଛି କୁନିକୁନି ଛାତ୍ରଛାତ୍ରୀ ପାଠପଢ଼ା। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଆଡ଼ଶିଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲରେ ଥିବା ୪ଟି କ୍ଲାସରୁମ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି। ସେପଟେ ବିଦ୍ୟାଳୟ କାନ୍ଥ ଓ ଛାତ ଫାଟି ଆଁ କଲାଣି। ନୁତନ ସ୍କୁଲ ଗୃହନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟ ନ ହେବାରୁ ଏହି ପରସ୍ଥିତି ଉପୁଜୁଛି। କିଛି ପିଲାଙ୍କୁ ଶ୍ରେଣୀ ଗୃହରେ ଭଲଥିବା ସ୍ଥାନରେ ବସି ପଢାଉଥିବା ବେଳେ କିଛି ପିଲାଙ୍କୁ ବାଧ୍ୟ ହୋଇ ବାରଣ୍ଡାରେ ପଢାଯାଉଛି।

ଏହି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟଟି ୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ବିଦ୍ୟାଳୟ କାନ୍ଥ ଓ ଛାତ ବହୁ ପୁରୁଣା। ଏଥିସହ ସ୍କୁଲରେ ଶୌଚାଳୟ ଏବଂ ପାଚେରୀ ନ ଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି। କୁନି କୁନି ପିଲାଙ୍କ ଜୀବନ ଅନ୍ଧକାରକୁ ଠେଲି ଦେଇଛନ୍ତି ୨୫ ବର୍ଷର ପୂର୍ବତନ ବିଜେଡି ସରକାର। ମୟୁରଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଶିକ୍ଷା ଅଭିଯାନ ବାଟବଣା ହୋଇଯାଇଥିବା ବେଳେ ଏହି ସ୍କୁଲ ପ୍ରତି ସରକାରଙ୍କୁ ଦୃଷ୍ଟି ଦେବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
students are studying in the school verandah | Argus News