Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୨୫ ହଜାର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଇପାରିବେ ଚାକିରି

Odisha

୨୫ ହଜାର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଇପାରିବେ ଚାକିରି

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୫ ହଜାର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଇପାରିବେ ଚାକିରି

ଅର୍ଗସ ବ୍ୟୁରୋ:  ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ୨୩ଟି ଡାକ ଘରର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପୂର୍ବରୁ ଢେଙ୍କାନାଳ ବସଷ୍ଟାଣ୍ଡରେ ୫ ମହଲା ବିଶିଷ୍ଟ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ୮ଟି ବିଷୟରେ ପିଲାଙ୍କୁ ତାଲିମ୍ ଦିଆଯାଉଛି । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରିଠୁ ନେଇ ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ଦିଆଯିବ ।

୩ରୁ ୪ ମାସ ତାଲିମ୍ ନେଇ ସାର୍ଟିଫିକେଟ ପାଇବା ପରେ ୨୫ ହାଜର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚାକିରି ପାଇପାରିବେ । ସ୍କିଲ୍ ଇଣ୍ଡିଆ ଓ NSDC ଏକାଡେମୀ ଉଦ୍ୟମରେ ଢ଼େଙ୍କାନାଳ ସହରରେ ଆରମ୍ଭ ହୋଇଥିବା ଏହି ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଆଗମୀ ଦିନରେ ଛାତ୍ରଛାତ୍ରୀଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । ଅପରାହ୍ନରେ ଜୋରନ୍ଦା ମେଳା ଯାଇ ସେଠାରେ ମହିମା ସାଧୁଙ୍କୁ ଭେଟିବା ସହ ମେଳାରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Students can get jobs up to 25 thousand rupees | Argus News