|
logo
Live

Argus News - ଦେହରେ ପେଟ୍ରୋଲ ଢାଳି ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁ

Odisha

ଦେହରେ ପେଟ୍ରୋଲ ଢାଳି ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ଦେହରେ ପେଟ୍ରୋଲ ଢାଳି ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଆସିକା ବ୍ଲକ ଭେଟନଇ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ସେହି  ଅଞ୍ଚଳର ପୂଜା ଗୌଡ଼। ପୂଜା ଆଜି ସକାଳୁ ନିଜ ଘରେ କେହି ନଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। 

ନିଆଁକୁ ଦେଖି ଗ୍ରାମବାସୀ ଓ ପୂଜାଙ୍କ ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ପୂଜାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବରପାଇ କୋଟିନଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଖୋଜୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦେହରେ ପେଟ୍ରୋଲ ଢାଳି ଯୁକ୍ତଦୁଇ ଛାତ୍ରୀଙ୍କ ମୃତ୍ୟୁ | Argus News