Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର

Odisha

ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର

ଜଗତସିଂହପୁର:  ପାରାଦୀପ କାଉଡିଆ ନଦୀରେ ଅଘଟଣ। ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର। ଅଠରବାଙ୍କି କାଉଡିଆ ନଦୀରେ ଘଟିଛି ଘଟଣା। ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟ କୁ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କିମ୍ବା ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ଘଟଣାସ୍ଥଳରେ ଛାତ୍ରର ପରିବାର  ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।  

ନିଖୋଜ ଛାତ୍ରର ଘର ସ୍ଥାନୀୟ ଅମ୍ବିକା ସ୍କୁଲରେ ପାଠ ପଢୁଥିବା ଵେଳେ ସେ  ଗୋପୀନାଥ କଲୋନୀ ର ଉଲ୍ଲାସ ଲେଙ୍କାଙ୍କ ପୁଅ ତ୍ରିଲୋଚନ ଲେଙ୍କା ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଥିବା ବେଳେ ପାଣିକୁ ଡେଇଁବାକୁ ନେଇ ପରିବାର ଓ ସାହି ପଡିସା ଅସ୍ବୀକାର କରିଛନ୍ତି । ପୋଲ ଉପରେ ସନ୍ଦେହଜନକ ଅବସ୍ଥାରେ ତ୍ରିଲୋଚନ ର ମୋବାଇଲ ଏବଂ ଡ୍ରେସ ରହିଥିବା ବେଳେ ତ୍ରିଲୋଚନ କୌଣସି ପରିସ୍ଥିତି ରେ ନଦୀକୁ ଡେଇଁ ନ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Students jumped into the river! | Argus News