Videos
|
Odisha

ଦୁଇଟି କୋଠରୀରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁଇଟି କୋଠରୀରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ୨୫ ବର୍ଷର ଶାସନ କାଳରରେ ଏ ହେଉଛି ବିଜେଡି ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଟିକିଏ ଭଲକରି ଦେଖନ୍ତୁ ଏହି ବିଦ୍ୟାଳୟକୁ, ଏ ହେଉଛି ବୋରିଗୁମ୍ମା ବ୍ଲକ ଉପାନ୍ତ ଚାନ୍ଦବେଡା ବିଦ୍ୟାଳୟ। ବିଦ୍ୟାଳୟର ଭିତ୍ତିଭୂମି କହିଲେ ଟିଣ କାନ୍ଥରେ  ଟିଣ କବାଟ ଝରକା ବିସିଷ୍ଟ ଦୁଇଟି ରୁମ୍ ।  ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଯେଉଁଥିରେ ମୋଟ ୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ମାତ୍ର ୯୦ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ଏବଂ ପାଠ ପଢ଼ାଇବା ପାଇଁ ଅଛନ୍ତି କେବଳ ଦୁଇ ଜଣ ଶିକ୍ଷକ ।

ଦୀର୍ଘ ୧୫ବର୍ଷ ଏଭଳି ଶିକ୍ଷାଦାନ ପରେ ଗତ ବର୍ଷ ଶ୍ରେଣୀଗୃହ ତିଆରି ହୋଇଛି । ଯେଉଁଠି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ପିଲା ପାଠ ପଢୁଛନ୍ତି। ମାତ୍ର ଏଠିବି ବିଦ୍ୟାଳୟ ଚାରିପଟେ ପାଚେରୀ ନିର୍ମାଣ ହୋଇନି କି ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଶୌଚାଳୟ ବି ନାହିଁ ଫଳରେ ଛାତ୍ରଛାତ୍ରୀ ଖୋଲା ଆକାଶ ତଳେ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି। ଟିଣ ଘରେ ମଧ୍ୟାହ୍ନ ଭୋଜନ ପାଇଁ ରୋଶେଇ ହେଉଥିବା ବେଳେ ଡାଇନିଂ ନଥିବାରୁ ଛାତ୍ରଛାତ୍ରୀ ଶ୍ରେଣୀ ଗୃହ କିମ୍ବା ଖୋଲା ଆକାଶ ତଳେ ବସି ଖାଇ ଥାଆନ୍ତି। ଉପାନ୍ତରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ର ଏଭଳି ବିକଳ ଚିତ୍ରହିଁ ବୟାନ କରୁଛି ପୂର୍ବ ବିଜେଡି ସରକାର   ଶିକ୍ଷା ବ୍ୟବସ୍ତା  କ୍ଷେତ୍ରରେ କେତେ ଉନ୍ନତି କରିଛନ୍ତି ।ନୂତନ ସରକାର  ଏଠି ଏକ ପକ୍କା ବିଦ୍ୟାଳୟ ନିର୍ମାଣ କରି  ଛାତ୍ରଛାତ୍ରୀ ଙ୍କୁ  ଉଚିତ ଭିତ୍ତିଭୂମି ରେ ପାଠ ପଢିବାର ବ୍ୟବସ୍ତା କରିବା ଜରୁରୀ ହୋଇପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Students of class 5 are studying in two rooms | Argus News