Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ

Odisha

ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ

ବାରିପଦା : ବାରିପଦା ରକ୍ତଭଣ୍ଡାରରେ ଗତ କିଛିଦିନ ହେବ ରକ୍ତ ସଙ୍କଟ ହେଉଥିବା ଦେଖିବାକୁ ମିଳୁଛି । ଏହି ରକ୍ତଭଣ୍ଡାର ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରୁ ଆସୁଥିବା ରୋଗୀ ନିର୍ଭରଶୀଳ । ବିଶେଷ କରି ଦୁର୍ଘଟଣାଗ୍ରସ୍ତ ତଥା ଥାଲାସେମିଆ ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ଜରୁରୀକାଳୀନ ଭାବେ ରକ୍ତ ଦେବା ଆବଶ୍ୟକ ହୋଇଥାଏ । ଆବଶ୍ୟକ ଅନୁସାରେ ରକ୍ତଦାନ ହେଉନଥିବାରୁ ରକ୍ତ ଭଣ୍ଡାର ରେ ଏବେ ରକ୍ତ ଅଭାବ ଦେଖାଦେଇଛି ।

ଅଧିକ ପଢନ୍ତୁ : ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଏହାକୁ ଦୁର କରିବା ପାଇଁ ଆଜି ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ସହ ରକ୍ତଭଣ୍ଡାରର ଟେକ୍ନିସିଆନ୍ ମାନେ ସ୍ବେଚ୍ଛାକୃତ ଭାବରେ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ  ପରିସରରେ ରକ୍ତଦାନ କରିଛନ୍ତି । ରକ୍ତ କୌଣସି ଠାରୁ କିଣି ହେବନାହିଁ , କେବଳ ଜଣେ ଦାନ କରିଲେ ହିଁ ଅନ୍ୟ ଜଣେ ଏହାକୁ ପାଇ ପାରିବ । ତେଣୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ସମସ୍ତେ  ଆଗକୁ ଆସିବା ଆବଶ୍ୟକ ବୋଲି ପିଆରଏମ ମେଡିକାଲ କଲେଜ ଏଣ୍ଡ ହସପିଟାଲ ସୁପରିଟେଣ୍ଡେଟ୍ ରବିନ୍ଦ୍ରନାଥ ମିଶ୍ର ପ୍ରକାଶ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Students of Medical Laboratory Technology donated blood | Argus News