Videos
|
Odisha

ବିଏମ୍ସି ଅଳିଆ ସଫା ନକରିବାରୁ ପ୍ରତିବାଦ କଲେ ଉତ୍କଳ ବିଶ୍ବ ବିଦ୍ୟାଳୟ ଛାତ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଏମ୍ସି ଅଳିଆ ସଫା ନକରିବାରୁ ପ୍ରତିବାଦ କଲେ ଉତ୍କଳ ବିଶ୍ବ ବିଦ୍ୟାଳୟ ଛାତ୍ର

ଅର୍ଗସ ବ୍ୟୁରୋ :  ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରଶାସନିକ ଭବନ ସାମ୍ନାରେ ଅଳିଆ କୁଢେଇଲେ ଛାତ୍ର। କ୍ୟାମ୍ପସ ଭିତରେ ରହିଥିବା ଅଳିଆ ସବୁକୁ ଆଣି ଫିଙ୍ଗିଲେ। ଗତ କିଛି ଦିନ ତଳେ  ଛାତ୍ରଛାତ୍ରୀ ମାନେ  ଅଳିଆ ସଫା କରି କ୍ୟାମ୍ପସର ଗୋଟିଏ ସ୍ଥାନରେ ରଖିଥିଲେ। ଏବଂ କୂଳପତିଙ୍କୁ ଅନୁରୋଧ କରିଥିଲେ ଯେ ବିଏମ୍ସି ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଏହି ଅଳିଆକୁ ସଫା କରିବା ପାଇଁ। ୧୫ ଦିନ ବିତିଗଲେ ବି କୌଣସି ପଦକ୍ଷେପ କୁଳପତି ନ ନେଇଥିବାରୁ ଆଜି ବିଶ୍ୱ ବିଦ୍ୟାଳୟର ପ୍ରଶାସନିକ ଭବନ ସାମ୍ନାରେ ଅଳିଆ ପକେଇ ପ୍ରତିବାଦ କରିଥିଲେ କିଛି ଛାତ୍ର।

ଅଧିକ ପଢନ୍ତୁ : ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର କେମିଷ୍ଟ୍ରି ପ୍ରଶ୍ନପତ୍ର ଭାଇରାଲ

ତୁରନ୍ତ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରୁ ଅଳିଆ ଉଠେଇବା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା କୁଳପତି ଚିନ୍ତା କରନ୍ତୁ ନଚେତ ଛାତ୍ର ଆନ୍ଦୋଳନ ସୃଷ୍ଟି ହେବା ନେଇ ଚେତାବନୀ ଦେଇଛନ୍ତି। ସେପଟେ ଏ ବାବଦରେ କୁଳପତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Students protested against BMC's non-clearance of garbage | Argus News