Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷକଙ୍କ ଅପେକ୍ଷାରେ ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶିକ୍ଷକଙ୍କ ଅପେକ୍ଷାରେ ଛାତ୍ରଛାତ୍ରୀ

Key Points

  • ଦୁର୍ଗମରେ ଶିକ୍ଷା ଵ୍ୟଵସ୍ଥା ଫେଲ 
  • ଶିକ୍ଷକ ଅପେକ୍ଷାରେ ଛାତ୍ରଛାତ୍ରୀ
  • ପାଠପଢା ସମୟକୁ ନେଇ ଚାଲିଛି ଛକାପଞ୍ଝା

ଅର୍ଗସ ବ୍ୟୁରୋ: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତର ଦୁର୍ଗମ ବଣ ପାହାଡ଼ ଘେରା ମାଓ ଇଲାକା କୋଦୋଭଟା  l ଏଠାରେ ଥିବା  ସରକାରୀ ପ୍ରାଥମିକ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି l ଠିକ ସମୟରେ ଶିକ୍ଷକ ଆସୁନଥିବା ଯୋଗୁଁ ଛାତ୍ରଛାତ୍ରୀ କେତେବେଳେ ସ୍କୁଲ ବାରଣ୍ଡାରେ ବୁଲୁଛନ୍ତି ତ ପୁଣି କେତେବେଳେ ସ୍କୁଲ ପରିସରରେ ବୁଲା ବୁଲି କରୁଛନ୍ତି ।  ଏପରି ସ୍ଥିତିରେ ଶିକ୍ଷକ ଆସିବେ କେତେବେଳେ ଆଉ ଶିକ୍ଷାଦାନ ହେବ କେତେବେଳେ l

କୋଦୋଭଟା ସ୍କୁଲରେ ଆଖ ପାଖ ଅନେକ ଗାଁର ପିଲା ପଢିବାକୁ ଆସନ୍ତି l ହେଲେ ଏଠାରେ ଶିକ୍ଷକ ବିଳମ୍ବରେ ଆସୁଥିବାରୁ ପିଲା ଛୁଆଙ୍କ ପାଠପଢା ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।  ଠିକ ସମୟରେ ଶିକ୍ଷକ ମାନେ ସ୍କୁଲକୁ ଆସିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି  l ଏ ନେଇ ପଚାରିବାରୁ ସିଆରସିସିକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର l କୋଦୋଭଟା ସ୍କୁଲରେ ଏମିତି ଶିକ୍ଷାଦାନ ହେଲେ କେମିତି ଶିକ୍ଷାର ବିକାଶ ହେବ ? ପିଲା କେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବେ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students waiting for the teacher | Argus News