Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର

Smruti Parija
Browse all articles by Smruti Parija
·2 years ago·2 min read
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର

Key Points

  • ସଭିଏଁ ପଢିବେ ସଭିଏଁ ବଢିବେ ନାରାର ଉଡିଲା ଧଜ୍ଜ୍ୟା
  • ପିଲାଙ୍କ ଭବିଷ୍ୟତ ସହ ଖେଳ
  • ସ୍କୁଲରେ ଦିନ ମଜୁରିଆ ଭାବେ ଖଟୁଛନ୍ତି ଛାତ୍ରଛାତ୍ରୀ

କନ୍ଧମାଳ: ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର । ଗୋଟେ ପଟେ ସଭିଁଏ ପଢିବେ ସଭିଁଏ ବଢିବେର ନାରା ଦେଉଛନ୍ତି । 5ଟି ରେ ସାମିଲ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପିଲା ସ୍କୁଲରେ ପାଠ ପଢିବା ପରିବର୍ତ୍ତେ ଶ୍ରମିକ ଭାବେ ଖଟୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ । ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ପାଠ ପଢ଼ିବେ କ'ଣ ସ୍କୁଲ ପରିସରରେ ଗୋଡ଼ି ଚିପ୍ସ ବାଲିକୁ ଶ୍ରମିକ ଭାବେ ବୋହିନେଉଥିବା ଦେଖିବାକୁ ମିଳିଛି । 

ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ବିକାଶ କରିବା ନେଇ ଡିଣ୍ଡିମ ପିଟୁଛନ୍ତି । ପିଲାଙ୍କୁ ମିଳୁଥିବା ୟୁନିଫର୍ମରେ ଲେଖାଯାଉଛି ଆମେ ଗଢିବୁ ନୂଆ ଓଡିଶା । ଏମିତିକି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସାଇକେଲରେ ଆମେ ଗଢିବୁ ନୂଆ ଓଡ଼ିଶା ଲୋଗୋ ଲଗାଇ ବ୍ରାଣ୍ଡିଂ କରୁଛନ୍ତି । ସେପଟେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶ୍ରମିକ ଭାବେ ଖଟାଉଛନ୍ତି । ସ୍କୁଲରେ ଯାହା ସଫେଇ ଅବା ନିର୍ମାଣ କାର୍ଯ୍ୟରେ ସରକାରୀ ପାଣ୍ଠି ବିନିଯୋଗ ନକରି ଛାତ୍ରଛାତ୍ରୀଙ୍କୁ ଦିନ ମଜୁରିଆ ଭଳି ବ୍ୟବହାର କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଗୋଟେ ପଟେ ଏସଂପର୍କରେ ପରିବାରୁ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ପିଲାମାନେ ନିଜ ଇଚ୍ଛାରେ ଗୋଡି ଚିପ୍ସ୍ ବୋହୁଛନ୍ତି । ସେପଟେ ସ୍କୁଲ ସଭାପତି କହିଛନ୍ତି ପିଲାମାନେ ନିଜ ସ୍କୁଲ ସଫା କଲେ କିଛି ଅସୁବିଧା ନାହିଁ । ଅନ୍ୟପଟେ ଛାତ୍ରଛାତ୍ରୀ କହୁଛନ୍ତି ସାର୍ ଦିଦି କହୁଛନ୍ତି ବୋଲି ଆମେ କାମ କରୁଛୁ ।  ପାଠ ପଢିବା ସମୟରେ ପିଲାମାନେ ଯଦି ଏମିତି କାମ କରିବେ ତେବେ ପିଲାଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ ତାହା ଆପଣ ଅନୁମାନ କରିପାରୁଥିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
students-working-in-school-during-school-hour-in-kandhamal | Argus News