Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିବାଦୀୟ ଅର୍ପଣ ଚାଉଳ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲେ ସୁଆର ମହାସୁଆର

Odisha

ବିବାଦୀୟ ଅର୍ପଣ ଚାଉଳ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲେ ସୁଆର ମହାସୁଆର

Smruti Parija
Browse all articles by Smruti Parija
·1 year ago·1 min read
ବିବାଦୀୟ ଅର୍ପଣ ଚାଉଳ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲେ ସୁଆର ମହାସୁଆର

ପୁରୀ: ବିବାଦୀୟ ଅର୍ପଣ ଚାଉଳ ପ୍ରସଙ୍ଗ । ବିକ୍ରି କିମ୍ବା ସ୍ଥାନାନ୍ତର ନୁହେଁ ବରଂ ଖରାପ ହୋଇଯାଇଥିବା ଚାଉଳର ପ୍ରୋସେସିଙ୍ଗ ପରୀକ୍ଷାମୂଳକ ଭାବେ ମିଲକୁ ଯାଉଥିଲା । ଗତକାଲି ଅର୍ପଣ ଚାଉଳକୁ ନେଇ ବିଭ୍ରାନ୍ତିକର ଖବର ପ୍ରକାଶ କରଯାଇଥିଲା । ସୁଆର ମହାସୁଆର ନିଯୋଗ ପକ୍ଷରୁ ସ୍ପଷ୍ଟ କଲେ ସଭାପତି ପଦ୍ମନାଭ ମହାସୁଆର ।

କିଛିଦିନ ତଳେ ମୟୂରଭଞ୍ଜ ବଡ଼ସାହି ବ୍ଲକର ଚାଉଳ ବସ୍ତା ଗୁଡ଼ିକୁ ଗାଡ଼ିରେ ନେଇ ଯାଉଥିବାବେଳେ ଲୋକ ଧରିଥିଲେ । ଏହା ପୋକ ଲାଗି ଯାଇଥିବାରୁ ଏହାକୁ ମିଲକୁ ନେଇ ପରିଷ୍କାର କରା ଯାଉଥିବା ନେଇ ସୂଚନା ଦିଆଯାଇଛି । 

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ସମୟରେ ଦୁଆର ଦୁଆର ବୁଲି ଅର୍ପଣ ନାଁରେ ଚାଉଳ ଭିକ୍ଷା କରାଯାଇଥିଲା । ପରେ ଏହାକୁ ମହାପ୍ରଭୁଙ୍କ କେଉଁ କାମରେ ଲାଗିବ ବୋଲି ଦେଖା ଦେଇଥିଲା ବିବାଦ । ବାରମିଶା ଚାଉଳକୁ ଶ୍ରୀମନ୍ଦିର ପ୍ରବେଶ ଉପରେ ବିରୋଧ ହୋଇଥିଲା । ପରେ ସୁଆର ମହାସୁଆର ନିଯୋଗ ଏହାକୁ ଦାୟିତ୍ୱରେ ନେଇ ଏହାକୁ ଭୋଗ କରି ଲୋକଙ୍କୁ ବାଣ୍ଟିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଦକ୍ଷିଣ ଦୁଆରରେ ଏସବୁ ରହିଥିଲା । ଏବେ ଗୁଣ୍ଡିଚା ମନ୍ଦିରରୁ ଏସବୁ ଗାଡ଼ିରେ ଯାଉଥିବାର ଦେଖି ତାତିଥିଲେ ଲୋକେ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Suar Mahasuar clarifies-arpana-chaula-issue- | Argus News