Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ତ୍ରୀଙ୍କ ପାଖ ଲୋକ ବୋଲି ସବୁ ଦୋଷ ମାପ

Jitendra Dash
Browse all articles by Jitendra Dash
·2 years ago·1 min read
ମନ୍ତ୍ରୀଙ୍କ ପାଖ ଲୋକ ବୋଲି ସବୁ ଦୋଷ ମାପ

ଅର୍ଗସ ବ୍ୟୁରୋ : ୪୨୦ ସରପଞ୍ଚ । ଏ କଥା ଆମେ କହୁନୁ । ଆମ ହାତରେ ଲାଗିଥିବା ତଥ୍ୟ କହୁଛି । କାମ କଲେନି, ବୈଠକ ବି କଲେନି ଶେଷରେ ଅଭିଯୋଗ ହେବାରୁ ମିଛ ଦସ୍ତଖସ୍ତ ମାରି ନାଟକ କଲେ । ତାହା ପୁଣି ପୋଲିସ ବାବୁଙ୍କ ଦସ୍ତଖସ୍ତ । ଏଭଳି କିଛି ସଙ୍ଗିନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରୁ । ଅଭିଯୋଗ ଆସିଛି ସରପଞ୍ଚ ଗଣନାଥ ସାହୁଙ୍କ ବିରୋଧରେ । 

ମିଛି ଢାଙ୍କିବାକୁ ଯାଇ ୪୨୦ କେସରେ ଫସିଲେ ସରପଞ୍ଚ ବାବୁ । ଥାନାରେ ମାମଲା ରୁଜୁ ହେବା ସହ ସଙ୍ଗିନ ଅଭିଯୋଗ ବି ଲାଗିଛି । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖ ଲୋକ ବୋଲି କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉଛି ଜିଲ୍ଲା ପ୍ରଶାସନ । ଅଭିଯୋଗ ଅନୁସାରେ ସରପଞ୍ଚ ମହାଶୟ ତିନି ମାସ ଧରି ମାସିକ ବୈଠକ ନକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ମନମୁଖିଭାବେ ପାରିତ କରିଦେଲେ । ଏନେଇ ୱାର୍ଡ ମେମ୍ବରମାନେ ଜିଲଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାରୁ ରେଜିଷ୍ଟର ହଜି ଯାଇଥିବା ବାହାନା କଲେ । ପରେ ପୁଣି ରେଜିଷ୍ଟର ମିଳିଥିବା କହି ପଛରେ ୱାର୍ଡ ମେମ୍ବରମାନଙ୍କ ଦସ୍ତଖସ୍ତ କରିବା ପାଇଁ ଚେଷ୍ଟା କଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସରପଞ୍ଚ ବାବୁଙ୍କ ସବୁ ମିଛ ଧରାଇ ଦେଲା ସୂଚନା ଅଧିକାର ଆଇନ । ମେଣ୍ଡା ଫାଣ୍ଡରେ ଦେଇଥିବା ଲିଖିତ ଅଭିଯୋଗର କୌଣସି ଷ୍ଟେସନ ଡାଇରି ହୋଇନଥିବା ଆରଟିଆଇ ତଥ୍ୟରେ ସ୍ପଷ୍ଟ ଜଣା ପଡିଛି । ତେବେ ଫାଣ୍ଡି ବାବୁଙ୍କ ମିଛ ଦସ୍ତଖସ୍ତ କରି ପ୍ରଶାସନକୁ ଚକମା ଦେଇଛନ୍ତି ଏବି ୪୨୦ ସରପଞ୍ଚ । ମନ୍ତ୍ରୀଙ୍କ ପାଖ ଲୋକ ବୋଲି ମନମୁଖି କାର୍ଯ୍ୟ କରୁଛନ୍ତି ସରପଞ୍ଚ । ଫଳରେ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତବାସୀ । ଦେଖିବାକୁ ବାକି ରହିଲା କେବେ ପୋଲିସ ନେଉଛି କାର୍ଯ୍ୟନୁଷ୍ଠାନ ।
 

Sponsored
Subarnapur 420 sarpanch | Argus News