Videos
|
Odisha

ବାଲିଆପାଳରେ ଜନବସତି ମୁହାଁ ସୁବର୍ଣ୍ଣରେଖା ନଦୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାଲିଆପାଳରେ ଜନବସତି ମୁହାଁ ସୁବର୍ଣ୍ଣରେଖା ନଦୀ

ଅର୍ଗସ ବ୍ୟୁରୋ:  ଡରାଉଛି ସୁବର୍ଣ୍ଣରେଖା ନଦୀ । କୁଳ ଲଙ୍ଘୁଛି, ଜନ ବସତି ଆଡକୁ ମାଡ଼ି ଆସୁଛି । ଚାଷ ଜମି, ରାସ୍ତା, ଘାଟ ସବୁ କିଛି ନଦୀ ଆଁରେ ଲିନ ହେବାରେ ଲାଗିଛି। ବାଲେଶ୍ବର ବାଲିଆପାଳ ବ୍ଳକରେ ଭୟଙ୍କର ରୂପ ନେବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ। କୁହ୍ଲାରୁ ବଡ଼ତାଳପଦା, ନିଖିରାରୁ ଅସ୍ତି, ମାନପୁର ପର୍ଯ୍ୟନ୍ତ ନଦୀ ତଟ ଅତଡ଼ା ଖାଇ ଧୋଇଗଲାଣି। ହେକ୍ଟର ହେକ୍ଟର ଚାଷ ଜମି ଏବେ ନଦୀ ଗର୍ଭରେ।

ବର୍ଷା ଦିନ ଆସିଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବନ୍ୟାର ଚିନ୍ତା ଘାରୁଛି। ନଦୀରେ ପାଣି ବଢିଲେ ରାସ୍ତା, ଘାଟ, ଘର ବୁଡ଼ି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଅଞ୍ଚଳବାସୀ। ପ୍ରତିବର୍ଷ ସୁବର୍ଣ୍ଣରେଖା ଜନ ବସତି ମୁହାଁ ହେଉଥିବାରୁ ନଦୀ କୁଳିଆ ଭୟଭୀତରେ ଅବସ୍ଥାରେ ରହୁଛନ୍ତି । 25 ବର୍ଷର  ବିଜେଡି ସରକାର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଲୋକଙ୍କ ଭାଗ୍ୟ ଦସ୍ତାବିଜରେ ବନ୍ଧା। ଏବେ ମୋହନ ସରକାରରେ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ଆଶା ବାନ୍ଧିଛନ୍ତି ବାଲିଆପାଳ ବାସିନ୍ଦା। ବାଲିଆପାଳ ବ୍ଳକ୍ ର ଅସ୍ତି ,କୁହ୍ଲା, ନିଖୀରା, ପାଳ ଜାମକଣ୍ଡା ଗାଁ ପାଇଁ ଦୁଃଖ ଆଣିଛି ସୁବର୍ଣ୍ଣରେଖା। ଯଥା ଶୀଘ୍ର ନଦୀ ବନ୍ଧ କାର୍ଯ୍ୟ ସୁଧାର ଓ କୁଦମାନ ସିଂ ଠାରେ ସୁଇସ ଗେଟ୍ କରାନଗଲେ ଚଳିତ ବର୍ଷ ବନ୍ୟା ଆସିଲେ ନଦୀରେ ବହୁ ଗାଁ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
subarnarekha river near the in Baliapal village | Argus News