Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ସୁଭଦ୍ରା ସଚେତନତା ରଥ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ସୁଭଦ୍ରା ସଚେତନତା ରଥ

ଅର୍ଗସ ବ୍ୟୁରୋ:  ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ସୁଭଦ୍ରା ସଚେତନତା ରଥ । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ଏହି ରଥ ଚାଲିବ । ସଚେତନ ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ ତାହାର ନକ୍ସା ଅଞ୍ଚଳର ଜନପ୍ରତିନିଧି ଓ ଅଂଶଗ୍ରହଣକାରୀଙ୍କୁ ଜଣାଯିବ । ଫଳରେ ଜନପ୍ରତିନିଧିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ବରେ ରହିବେ ।

ସବୁ କମନ ସର୍ଭିସ ସେଣ୍ଟର ଓ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାର ପତ୍ର ଉପଲବ୍ଧ ହେବା ସହ ପୋଷ୍ଟର ବ୍ୟାନନର ଆଦି ଲଗାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପେଟେ ରାଉରକେଲା ଓ ବାରିପଦାରେ ସୁଭଦ୍ରା ଉତ୍ସାହ । ପୋଷ୍ଟ ଅଫିସ ସାମନାରେ ମହିଳାଙ୍କ ଲମ୍ବା ଲାଇନ । ଫର୍ମ ଆବେଦନ ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra awareness vehicle started from september 7 | Argus News