Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

24ରେ ସୁଭଦ୍ରା ଭାଙ୍ଗିଲା ମହିଳା ଭୋଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
24ରେ ସୁଭଦ୍ରା ଭାଙ୍ଗିଲା ମହିଳା ଭୋଟ୍

 ଅର୍ଗସ ବ୍ୟୁରୋ: ସବୁଠି ଚର୍ଚ୍ଚାରେ ସୁଭଦ୍ରା ଯୋଜନା । କୋଟିଏ ମହିଳାଙ୍କ ଭରସା ଓ ବିଶ୍ବାସ ସାଜିଛି ଗୋଟିଏ ଯୋଜନା ସୁଭଦ୍ରା । ଚର୍ଚ୍ଚା ଯେତିକି ରାଜନୀତି ବି ସେତିକି । ୨୪ ବର୍ଷର ସରକାରକୁ ଧରାଶାୟୀ କରିବା ପରେ ଯୋଜନା ପ୍ରତି ବଢୁଥିବା ମହିଳାଙ୍କ ଉତ୍ସାହକୁ ଦେଖି ଚିନ୍ତାରେ ବିଜେଡି । କଂଗ୍ରେସ ବି ଗଣୁଛି ପ୍ରମାଦ । ଯାହାକୁ ନେଇ ବିଜେପିର ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ । ସେମାନେ ସରକାର ବେଳେ ମହିଳାଙ୍କୁ ଛଳ କରିଛନ୍ତି । ତାଙ୍କର ଶାସନକୁ ପ୍ରତ୍ୟାଖାନ କରି ମହିଳା ମାନେ ଆମକୁ ସମର୍ଥନ କରିଛନ୍ତି । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି ।  ଓଡିଶାର ଭଉଣୀ ମାନେ ପୁରା ଉତ୍ସାହିତ ଅଛନ୍ତି । ଜନ୍ମଦିନରେ ଓଡିଶାର ମା ଭଉଣୀଙ୍କ ଆଶ୍ରିବାଦ ନେବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ପାର୍ଟି ମଧ୍ୟ ସରକାରଙ୍କୁ ସହଯୋଗ କରୁଛି ଯୋଜନାର ସଫଳ ପାଇଁ ।

24 ସାଧାରଣ ନିର୍ବାଚନ ତଥ୍ୟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ମତଦାନ ସଂଖ୍ୟା ଥିଲା 1 କୋଟି 63 ଲକ୍ଷ 82 ହଜାର 63 । ବର୍ତ୍ତମାନର ବିଜେପି ସରକାର ସରକାରୀ ଚାକିରିଆ ଓ କରଦାତାଙ୍କୁ ବାଦ୍ ଦେଇ ପ୍ରାୟ 1 କୋଟି 30 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କାର ଆର୍ଥିକ ସହୟତା ଦେବାକୁ ଯାଉଛନ୍ତି । ତେଣୁ ଚର୍ଚ୍ଚା ହେଉଛି ମହିଳା ଭୋଟ୍ କ୍ଷେତ୍ରରେ ଏହି ସୁଭଦ୍ରା ଯୋଜନା ବିଜେପିକୁ ଅଧିକ ମଜବୁଥ୍ କରିବା ସହ ବିଜେଡିର ଦମ୍ଭ ଭାଙ୍ଗି ଦେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra broke women's vote on 24 | Argus News