Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Yojana / ନଭେମ୍ବର ପହିଲାରୁ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ନଭେମ୍ବର ପହିଲାରୁ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

Key Points

ଆସନ୍ତାକାଲି ନଭେମ୍ବର ୧ରୁ ନୂତନ ଆବେଦନ ଲାଗି ପୋର୍ଟାଲ ଖୋଲିବ । ନୂଆ ଆବେଦନକାରୀ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ପାଇବେ ପ୍ରଥମ କିସ୍ତି ।
ଭୁବନେଶ୍ଵର: ଖୋଲିବ ସୁଭଦ୍ରା ପୋର୍ଟାଲ, କରି ହେବ ନୂଆ ଆବେଦନ । ଆସନ୍ତାକାଲି ନଭେମ୍ବର ୧ରୁ ନୂତନ ଆବେଦନ ଲାଗି ପୋର୍ଟାଲ ଖୋଲିବ । ନୂଆ ଆବେଦନକାରୀ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ପାଇବେ ପ୍ରଥମ କିସ୍ତି । ଭୁବନେଶ୍ଵରରେ ଏକତା ପଦଯାତ୍ରା ଅବସରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ନଭେମ୍ବର ୧ରୁ ସୁଭଦ୍ରା ପୋର୍ଟାଲ ସମସ୍ତଙ୍କ ପାଇଁ ଖୋଲିବ । ଯେଉଁ ମାନଙ୍କୁ ୨୧ ବର୍ଷ ହୋଇଛି, ସେମାନେ ସୁଭଦ୍ରା ପୋର୍ଟାଲ୍‌ରେ ନୂଆ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ଯୁବତୀ ଓ ମହିଳାମାନେ ସୁଭଦ୍ରା ପାଇଁ ଆବେଦନ କରିପାରିବେ ।"

ଏଥିସହ ପଢ଼ନ୍ତୁ: ପିଲାଏ ପଢ଼ିବେ AI ପାଠ, ୨୦୨୬-୨୭ ଶିକ୍ଷା ବର୍ଷରୁ ଆରମ୍ଭ ହେବ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମ

ଏହା ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିଥିଲା । ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଥିଲେ ସରକାର । ତା' ପୂର୍ବରୁ ଏପ୍ରିଲ ୨୪ରେ ମିଳିଥିଲା ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ।

ସୁଭଦ୍ରାର ତୃତୀୟ କିସ୍ତି ଅନେକଙ୍କୁ ମିଳି ନଥିଲା । ତୃତୀୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚି ହୋଇଥିଲେ ୨ ଲକ୍ଷ ୮୫ ହଜାର ହିତାଧିକାରୀ । ବଞ୍ଚିତ ହିତାଧିକାରୀଙ୍କୁ ସାମିଲ୍ ପାଇଁ ଡୋର୍ ଟୁ ଡୋର୍ ସର୍ଭେ ନେଇ ପୂର୍ବରୁ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଜୀବିତଙ୍କୁ ମୃତ ଦର୍ଶା ଯାଇଥିବାରୁ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟର ତଥ୍ୟ ଆଧାରରେ ମୃତକୁ ବିଭାଗ ମାନିବ । ରାସନ କାର୍ଡରେ ମୃତ ଦର୍ଶା ଯାଇଥିଲେ ବି ସ୍ଵାସ୍ଥ୍ୟ ବିଭାଗ ତଥ୍ୟକୁ ଧରାଯିବ । ସେହି ଆଧାରରେ ମିଳିବ ସୁଭଦ୍ରା କିସ୍ତି । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ହେବ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ ।

ଏଥିସହ ପଢ଼ନ୍ତୁ: ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ, ଖୋଲିବ ଅଭିଯୋଗ ପୋର୍ଟାଲ୍

ସୁଭଦ୍ରାରୁ ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍ ଦିଆ ଯାଇଥିବା ବେଳେ ସେଥିରୁ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ପୁଣି ଥରେ ସାମିଲ୍ କରାଯିବ । ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ୍ ପଡ଼ିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେବାରୁ ବାଦ୍ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Portal Opens for New Applications from November 1 | Argus News | Argus News