ଆସିଲା ସୁଭଦ୍ରା ଟଙ୍କା ; ମୁଖ୍ୟମନ୍ତ୍ରୀ କହିଲେ, କଥା ଦେଇ କଥା ରଖେ ବିଜେପି ସରକାର

ଅର୍ଗସ ବ୍ୟୁରୋ : କଥା ଦେଇ କଥା ରଖିଛନ୍ତି ବିଜେପି ସରକାର । ନୂଆ ସରକାର ଯାହା ପ୍ରତିଶୃତି ଦିଅନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ଯଥା ସମୟରେ ତାହା କାର୍ଯ୍ୟରେ କରି ଦେଖାନ୍ତି । ଯେଉଁ ସୁଭଦ୍ରା ଟଙ୍କା ପାଇଁ ପ୍ରତିଶୃତି ଦିଆଯାଇଥିଲା , ତାହା ଆଜି ପୂରଣ ହୋଇଛି । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆଜି ସମସ୍ତଙ୍କ ପାଖରେ ପହଞ୍ଚିଛି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୫ ହଜାର ଟଙ୍କା । ବାରପଦାରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ଶୁଭାରମ୍ଭ କାର୍ଯ୍ୟରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ସୁଭଦ୍ରା ଯୋଜନା ଓଡିଶାର ସର୍ବବୃହତ ଯୋଜନା ।
ଅଧିକ ପଢନ୍ତୁ : ଆସିଲା ସୁଭଦ୍ରା ଟଙ୍କା ଏଯାଏଁ ପଞ୍ଜିକରଣ କରିସାରିଲେଣି ୧କୋଟିରୁ ଅଧିକ
ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା `ସୁଭଦ୍ରା' ଟଙ୍କା। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ଖାତାକୁ ଯାଇଛି ୫ ହଜାର ଲେଖାଏଁ ଟଙ୍କା । ବାରିପଦା ଛଉ ପଡ଼ିଆରେ ଆୟୋଜିତ ହୋଇଛି `ସୁଭଦ୍ରା' ସଭା । ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳା ସଶକ୍ତିକରଣ ପାଇଁ ଜନକଲ୍ୟାଣକାରୀ ଯୋଜନା ହେଉଛି `ସୁଭଦ୍ରା' ।