ଆଜି ଆସିବ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା
ଅଗର୍ସ ବ୍ୟୁରୋ: ଆଜି ଆସିବ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା । ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ଏଥିପାଇଁ ବଡ଼ ଆୟୋଜନ । ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ସହାୟତା ପଠାଇବେ ମୁଖ୍ୟମନ୍ତ୍ରୀ । ୧୨ଟା ପୂର୍ବରୁ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିବ ଏହି ଟଙ୍କା। ୩୫ ଲକ୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ବାହାରି ପୁର୍ବାହ୍ନ ୧୦.୩୦ମିନିଟ ସମୟରେ ବାରିପଦା ପୋଲିସ ପଡିଆରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜନ୍ମଜୟନ୍ତି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ବାରିପଦା ପୌରପରିଷଦ ଠାରେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବେ । ଏହାପରେ ବାରିପଦାସ୍ଥିତ ଛଉ ପଡ଼ିଆ ଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ...ମୁଖ୍ୟମନ୍ତ୍ରୀଙ୍କ ସହ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ରହିବେ ... ଏହାସହ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର , ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସାଂସଦ ନବଚରଣ ମାଝୀ , ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସନାତନ ବିଜୁଳି , ପ୍ରକାଶ ସୋରେନ, ଭାଷ୍କର ମଢେଇ, ସଞ୍ଜଳୀ ମୁର୍ମୁ ,ଜଲେନ୍ ନାଏକ , ପଦ୍ମଚରଣ ହାଇବ୍ରୁ ମଧ୍ୟ ଉପସ୍ଥିତ ରହିବେ । ସୁରକ୍ଷା ପାଇଁ ୧୧ ଜଣ ଡିଏସପି, ୨୧ଜଣ ଇନସପେକ୍ଟର, ୧୪୯ଜଣ ସବଇନସପେକ୍ଟର ଓ ଏ.ଏସ୍.ଆଇ , ୨୪ ପ୍ଲାଟୁନ ଫୋର୍ସ , ୨୨ ଜଣ ଟ୍ରାଫିକ କନେଷ୍ଟବଳ ଏବଂ ୨୨୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର...