Videos
|
Odisha

Odisha Government / ଆସିଲା ଖୁସି ଖବର: ଏହି ଦିନ ସବୁ ମହିଳାଙ୍କ ଖାତାକୁ ଆସିବ ୫ ହଜାର...

Banajyotshna Ray
Browse all articles by Banajyotshna Ray
·2 months ago·2 min read
ଆସିଲା ଖୁସି ଖବର: ଏହି ଦିନ ସବୁ ମହିଳାଙ୍କ ଖାତାକୁ ଆସିବ ୫ ହଜାର...
Odisha Government

Key Points

ସୁଭଦ୍ରା ୫ମ କିସ୍ତି କେବେ ଆସିବ?
ଏମାନେ ପାଇବେ ୫ ହଜାର
ଜାଣନ୍ତୁ ପୁରା ଅପଡେଟ୍‌
ଆସିଲା ଖୁସି ଖବର। ସବୁ ମହିଳା ପୁଣି ପାଇବେ ଟଙ୍କା। ଏହି ତାରିଖରେ ଖାତାକୁ ଆସିବ ୫ହଜାର। ମାଲେମାଲ ହେବେ ସବୁ ମହିଳା। ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କର ଏକ ମହିଳା କଲ୍ୟାଣ ଯୋଜନା। ଯାହା ଅଧୀନରେ ମହିଳାମାନଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ମିଳିଥାଏ। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ ସ୍କିମ୍‌ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସେହିଭଳି ୪ର୍ଥ କିସ୍ତି ପାଇନଥିବା ୧ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଭେରିଫିକେସନ ପରେ ଗତ ମେ ୪ ତାରିଖରେ ଆସିଛି ସୁଭଦ୍ରା ଟଙ୍କା । ଏବେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା ।''

ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ମଧ୍ୟ ହୋଇଥିଲା । ତେବେ ୫ମ କିସ୍ତି ଟଙ୍କା କେବେ ଆସିବ? କେଉଁମାନେ ପାଇବେ? ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।''

ଏଥିସହ ପଢ଼ନ୍ତୁ: ପ୍ରଶାସନର ବଡ଼ ନିଷ୍ପତ୍ତି; ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା ପାଇଁ ବନ୍ଦ ରହିବ ଏହି ଜିଲ୍ଲାର ସମସ୍ତ ବିଦ୍ୟାଳୟ

ଅତି ସହଜରେ ବୁଝିବାକୁ ଗଲେ, ଆସନ୍ତା ଅଗଷ୍ଟ ୨୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା ।ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ପରେ ପୁନଃସମୀକ୍ଷା ବେଳେ କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର । ଗତ ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ରାଜ୍ୟର କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା ।''ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର । ଗୋଟିଏ କିସ୍ତି ମହିଳା ଦିବସ ଓ ଅନ୍ୟଟି ରାକ୍ଷୀ ପୂର୍ଣ୍ଣିମା ଦିନ ଆସୁଛି । ତେବେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଖାତାକୁ ଆସିବ । ମହିଳା ଦିବସରେ ମିଳିଥିଲା ୪ର୍ଥ କିସ୍ତି ଟଙ୍କା ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories