School Closed / ପ୍ରଶାସନର ବଡ଼ ନିଷ୍ପତ୍ତି; ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା ପାଇଁ ବନ୍ଦ ରହିବ ଏହି ଜିଲ୍ଲାର ସମସ୍ତ ବିଦ୍ୟାଳୟ
·1 month ago·2 min read

Key Points
ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତାକାଲି ଜୁଲାଇ ୨୯ ତାରିଖ ବୁଧବାର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ।
ଭଦ୍ରକ/କେନ୍ଦୁଝର: ଲଗାଣ ବର୍ଷା ଓ ଜଳବନ୍ଦୀ ସ୍ଥିତି । ଘରୁ ବାହାରିବା ହୋଇ ପଡ଼ିଛି ମୁସ୍କିଲ୍ । ଯେଉଁଥିପାଇଁ ମଙ୍ଗଳବାର ଭଦ୍ରକ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି ବନ୍ଦ ରହିଥିଲା । ଆସନ୍ତାକାଲି ଜୁଲାଇ ୨୯ ତାରିଖ ବୁଧବାର ମଧ୍ୟ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର । ସେହିଭଳି କେନ୍ଦୁଝର ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ଆସନ୍ତାକାଲି ବୁଧବାର ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨୯ ଜୁଲାଇ ୨୦୨୬ (ବୁଧବାର) ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଆଶଙ୍କା, ଜାଣନ୍ତୁ କେଉଁ ଜିଲ୍ଲାରେ ରହିବ ସର୍ବାଧିକ ପ୍ରଭାବ ?
ତେବେ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ । ଜନସାଧାରଣଙ୍କ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭଦ୍ରକକୁ ଅରେଞ୍ଜ ଆଲର୍ଟ
ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଲଗାଣ ବର୍ଷା ଜାରି ରହିଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଭଣ୍ଡାରିପୋଖରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରୁଛି ପ୍ରଶାସନ ।
ଗ୍ରାଉଣ୍ଡରେ ମନ୍ତ୍ରୀଙ୍କ ବୈଠକ
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ପଞ୍ଚାୟତ ସମିତିରେ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭଦ୍ରକ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଧାମନଗର ବ୍ଲକ ଅଧିକାରୀ ସହ ଧାମନଗର ତହସିଲଦାର ଉପସ୍ଥିତ ଅଛନ୍ତି । ବନ୍ୟା ବେଳେ ରନ୍ଧା ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ସହ ନଦୀ ବନ୍ଧ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି ।
ବିପଦ ସଂକେତ ଉପରେ ବୈତରଣୀ, ଫୁଲୁଛି ସାଳନ୍ଦୀ
ବୈତରଣୀ ନଦୀରେ ବନ୍ୟା ଜଳର ସ୍ତର ବଢ଼ିଛି । ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିଲା । ଯାହା ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ସଂକେତ ଅତିକ୍ରମ କରି ୧୮.୪୮ ଉପରେ ପ୍ରବାହିତ ହେଉଛି । ନଦୀ କୁଳିଆ ଲୋକଙ୍କୁ ମାଇକ ଯୋଗେ ସତର୍କ କରୁଛି ପ୍ରଶାସନ ।

ଏଥିସହ ପଢ଼ନ୍ତୁ: ଜଳବନ୍ଦୀରେ ବାଲେଶ୍ୱର-ଭଦ୍ରକ-ଯାଜପୁର ସହର
ସେପଟେ ସାଳନ୍ଦୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସାଳନ୍ଦୀ । ରାଜଘାଟ ଠାରେ ୧୭ ଫୁଟ୍ ବିପଦ ସଂକେତ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ୧୮ ଫୁଟ୍ରେ ପ୍ରବାହିତ ହେଉଛି ସାଳନ୍ଦୀ ନଦୀର ବନ୍ୟା ଜଳ ।

Related Topics
Explore more stories