Videos
|
Odisha

Subhadra Money Today / ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି; ସମୟ କେତେଟା ଜାଣନ୍ତୁ...

Debashree Debasmita Sahoo
Browse all articles by Debashree Debasmita Sahoo
·31 mins ago·2 min read
ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି; ସମୟ କେତେଟା ଜାଣନ୍ତୁ...
Subhadra Money Today

Key Points

ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି
ନୟାଗଡରୁ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜି ରାକ୍ଷୀପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଦିଆଯିବ । ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ପଠାଯିବ । ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟଙ୍କା ପ୍ରଦାନ କରିବେ। ପ୍ରାୟ ୧ କୋଟି ଏକ ଲକ୍ଷ ୯୯ ହଜାର ୧୧୯ ମହିଳାଙ୍କ ଖାତାକୁ ଯିବ ପଞ୍ଚମ କିସ୍ତିର ଟଙ୍କା ।

ଏଯାଏଁ ଚାରୋଟି କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯାଇଛି ୨୦ ହଜାର ୬୪୮ କୋଟି ୬୩ ଲକ୍ଷ ଟଙ୍କା । ମହିଳାମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ସୁଭଦ୍ରା ଯୋଜନା ହାତକୁ ନିଆଯାଇଛି । ପ୍ରାୟ ୧.୦୨ କୋଟି ମହିଳା କେବଳ ଚତୁର୍ଥ କିସ୍ତିର ଲାଭ ପାଇଛନ୍ତି ।

  • ଦିନିକିଆ ନୟାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ପ୍ରଦାନ କରିବା ପାଇଁ ଆଜି ଦିନିକିଆ ନୟାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତଙ୍କୁ ନେଇ ସରିଛି ସମସ୍ତ ପ୍ରସ୍ତୁତି। ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ସେହିଭଳି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୫ ହଜାର ମହିଳା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟା ସମୟରେ ନୟାଗଡ଼ରୁ ସାରା ଓଡ଼ିଶାର ମହିଳା ମାନଙ୍କ ପାଖକୁ ପଠାଯିବ ଏହି ସୁଭଦ୍ରା ଟଙ୍କା ।

  • ୫ ବର୍ଷରେ ୫୦,୦୦୦ ପାଇବେ ମହିଳା
ଓଡ଼ିଶା ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳା ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୫,୦୦୦ ଟଙ୍କା ପାଉଛନ୍ତି । ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପାଞ୍ଚ ବର୍ଷ ପାଇଁ ଦୁଇଟି କିସ୍ତିରେ- ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ପାଖାପାଖି ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯାଏ, ଯାହା ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ମୋଟ ୫୦,୦୦୦ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସେପ୍ଟେମ୍ବର ୧ରୁ ବଦଳିବ ୫ ବଡ଼ ନିୟମ: ଗ୍ୟାସ୍‌ଠାରୁ କାର୍ ଦାମ ଓ ବିମାନ ଯାତ୍ରା ଉପରେ ପ୍ରଭାବ

ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯେଉଁଥିରେ ପ୍ରଥମ ୪ଟି କିସ୍ତି ମାଧ୍ୟମରେ ୨୦,୬୪୮ କୋଟି ଟଙ୍କାରୁ ଅଧିକ ୧ କୋଟିରୁ ଅଧିକ ମହିଳାଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଜମାରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ଏକାଥରେ ୫ଟି କିସ୍ତିର ୨୫,୦୦୦ ଟଙ୍କା ମିଳିବ ।