|
logo
Live

Argus News - ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍, ୫ ଦିନ ବଢ଼ିପାରେ ଫର୍ମ ପୂରଣ ଅବଧି

Odisha

Subhadra Yojana / ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍, ୫ ଦିନ ବଢ଼ିପାରେ ଫର୍ମ ପୂରଣ ଅବଧି

Santosh Kumar Sahoo
Browse all articles by Santosh Kumar Sahoo
·4 hours ago·2 min read
ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍, ୫ ଦିନ ବଢ଼ିପାରେ ଫର୍ମ ପୂରଣ ଅବଧି
Subhadra Yojana

Key Points

ସୁଭଦ୍ରା ନେଇ ଆସିଲା ବଡ଼ ଅପଡେଟ୍
ଆବଶ୍ୟକ ପଡ଼ିଲେ ଫର୍ମ ପୂରଣ ଅବଧି ୫ ଦିନ ବଢ଼ାଇବେ
ସରକାର ଅବଧି ବଢ଼ାଇବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସୁଭାଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଆବଶ୍ୟକ ପଡ଼ିଲେ ଫର୍ମ ପୂରଣ ଆଉ ୫ ଦିନ ବଢ଼ାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

କିଛି ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିଲେ, ଏପ୍ରିଲ ୧, ୨୦୨୬ରୁ ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । କିନ୍ତୁ ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ଆବେଦନ କରିପାରିବେ । ପୂର୍ବରୁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ଆବେଦନ ଆଉ ଗ୍ରହଣ କରାଯିବ ନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ପ୍ରତି ବର୍ଷ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

କିନ୍ତୁ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି, ଚଳିତ ମାସ ୧ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନୂଆ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ଆବେଦନର ଅଧା ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂଆ ଆବେଦନକାରୀଙ୍କ ସଂଖ୍ୟା ବହୁତ କମ୍ ରହିଛି । ଯେଉଁମାନେ ୨୧ ବର୍ଷରେ ପଦାର୍ପଣ କରୁଛନ୍ତି ସେମାନେ ଏହି ଅବଧି ମଧ୍ୟରେ ଆବେଦନ କରି ସୁଭଦ୍ରା ଯୋଜନାରେ ଲାଭ ପାଇପାରିବେ । ଯଦି ଆବେଦନରେ ବୈଷୟିକ ତ୍ରୁଟି ରୁହେ, ତେବେ ସମୟ ଅବଧି ଆଉ ୫ ଦିନ ବଢ଼ାଯାଇପାରେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ । ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Subhadra Yojana: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍, ୫ ଦିନ ବଢ଼ିପାରେ ଫର୍ମ ପୂରଣ ଅବଧି | Argus News