ଆସନ୍ତାକାଲି ସୁଭଦ୍ରା ଯୋଜନା ଫର୍ମ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା ଫର୍ମ ଦାଖଲ ପ୍ରକ୍ରିୟା। ଏହାର ମୁଖ୍ୟ ଭୂମିକା ଗ୍ରହଣ କରିବ CSC ବା କମନ୍ ସର୍ଭିସ୍ ସେଣ୍ଟର୍।ଯାହାକୁ ନେଇ ଆଜି ବିଜେବି ନଗର ସ୍ଥିତ CSC ସେଣ୍ଟର୍ ର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆସନ୍ତାକାଲି ଠାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି ।ପୂରଣ ହୋଇଥିବା ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ଦାଖଲ କରିପାରିବେ। କିଛି ବ୍ୟତିବ୍ୟସ୍ତ ହେବାର ନାହିଁ କି ଜନସେବା କେନ୍ଦ୍ର ରେ ଲମ୍ବା ଧାଡ଼ି କରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ବୋଲି କହିଛନ୍ତି csc ସେଣ୍ଟର୍ ଭୁବନେଶ୍ଵର ର ରାଜ୍ୟ ପ୍ରମୁଖ୍ୟ ମଦନ ମୋହନ ରାଉତ ।
ଏଥିସହ ଯେଉଁଠି CSC ସେଣ୍ଟର୍ ନଥିବ ସେ ସ୍ଥାନରେ କ୍ୟାମ୍ପ କରାଯିବ। ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଯେମିତି ହିତାଧିକାରୀ ଆବେଦନ ରୁ ବଂଚିତ ନ ହେବେ ଜିଲ୍ଲା ପ୍ରଶାସନ ର ମିଲିତ ସହଯୋଗ ସୁଭଦ୍ରା ଆବେଦନ କ୍ୟାମ୍ପ କରାଯିବ।ରାଜ୍ୟରେ ୩୫ ହଜାର ରୁ ଅଧିକ csc ଜନ ସେବା କେନ୍ଦ୍ର ରହିଛି। ଲୋକଙ୍କୁ ବ୍ୟାପକ ସଚେତନ କରାଯିବା।ଏହି ସେବା ସମ୍ପୂର୍ଣ୍ଣ ମାଗଣା କେହି ଯଦି କୌଣସି ବ୍ୟକ୍ତି କୌଣସି ସମସ୍ୟା ସୃଷ୍ଟି କରନ୍ତି ତେବେ ଟୋଲ ଫ୍ରି ନମ୍ବର ୧୪୬୭୮ ରେ ଯୋଗାଯୋଗ କରିପାରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର