Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ-ପ୍ରଭାତୀ ପରିଡ଼ା

Odisha

ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ-ପ୍ରଭାତୀ ପରିଡ଼ା

Smruti Parija
Browse all articles by Smruti Parija
·1 year ago·1 min read
ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ-ପ୍ରଭାତୀ ପରିଡ଼ା

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 17ରୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା । କ୍ୟାବିନେଟ ନିଷ୍ପତ୍ତି ପରେ ବଜେଟରେ ସୁଭଦ୍ରା ଯୋଜନା ପାଇଁ 10ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଅର୍ଗସକୁ ଦେଇଥିବା ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏସଓପି ଓ ମଡ୍ୟୁଲ ପ୍ରସ୍ତୁତ ହେବା ବାକି ଅଛି । 

ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହେବେ । ମହିଳା ଓ ବୁଦ୍ଧିଜୀବୀଙ୍କ ମତାମତ ନେଲା ପରେ ମଡ୍ୟୁଲ ଫାଇନାଲ୍ ହେବ। ଡ୍ରାଗନ ମୁଡରେ ଅଛି ଏସଓପି । ସରକାରଙ୍କ ତରଫରୁ ସବୁ କିଛି ପ୍ରସ୍ତୁତ ଅଛି । ଅଗଷ୍ଟ 15 ସୁଦ୍ଧା ମଡ୍ୟୁଲ ଫାଇନାଲ୍ ହେବ । ସୁଭଦ୍ରା ଯୋଜନାକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ । ସମୟ ଆସିଲେ ସରକାର ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ବାହାର କରିବେ। ଯୋଜନାରେ କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana is going to start from September 17 | Argus News