Videos
|
Odisha

ସେପ୍ଟେମ୍ବର 17ରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା 

Manini Pattanayak
Browse all articles by Manini Pattanayak
·2 years ago
ସେପ୍ଟେମ୍ବର 17ରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା 

ଭୁବନେଶ୍ୱର: ସେପ୍ଟେମ୍ବର 17ରୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା । କ୍ୟାବିନେଟ ନିଷ୍ପତ୍ତି ପରେ ବଜେଟରେ ସୁଭଦ୍ରା ଯୋଜନ ପାଇଁ 10ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏସଓପି ଓ ମଡ୍ୟୁଲ ପ୍ରସ୍ତୁତ ହେବା ବାକି ଅଛି।

ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହେବେ। ମହିଳା ଓ ବୁଦ୍ଧିଜୀବୀଙ୍କ ମତାମତ ନେଲା ପରେ ମଡ୍ୟୁଲ ଫାଇନାଲ୍ ହେବ। ଡ୍ରାଗନ ମୁଡରେ ଅଛି ଏସଓପି। ସରକାରଙ୍କ ତରଫରୁ ସବୁ କିଛି ପ୍ରସ୍ତୁତ ଅଛି। ଅଗଷ୍ଟ 15 ସୁଦ୍ଧା ମଡ୍ୟୁଲ ଫାଇନାଲ୍ ହେବ। ସୁଭଦ୍ର ଯୋଜନାକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ। ସମୟ ଆସିଲେ ସରକାର ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ବାହାର କରିବେ। ଯୋଜନାରେ କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: