Subhadra Yojana Payment / ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଏମାନଙ୍କୁ ମିଳିବ ୨୫ ହଜାର, କଟିଲା ଏମାନଙ୍କ ନାମ
·2 months ago·3 min read

Key Points
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍
ଯୋଡ଼ି ହେଲେ ନୂଆ ହିତାଧିକାରୀ
ଏମାନଙ୍କୁ ଏକାଥରେ ମିଳିବ ୨୫ ହଜାର
ଯୋଡ଼ି ହେଲେ ନୂଆ ହିତାଧିକାରୀ
ଏମାନଙ୍କୁ ଏକାଥରେ ମିଳିବ ୨୫ ହଜାର
ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାକୁ ନେଇ ଏମିତି ଘୋଷଣା କଲେ ସରକାର। ଯାହା ରାଜ୍ୟବାସୀଙ୍କୁ ଖୁସି ପ୍ରଦାନ କରିଛି। ଯୋଡ଼ି ହେଲେ ନୂଆ ହିତାଧିକାରୀ। କେବଳ ସେତିକି ନୁହେଁ, ଏହାସହ ଅନେକଙ୍କ କଟିଛି ନାମ । ତେବେ ଆସନ୍ତା ଜାଣିବା କେଉଁମାନଙ୍କର ନାମ କଟିଛି ଏବଂ କେଉଁ ଦିନ ଖାତାକୁ ଆସିବ ଟଙ୍କା। ଏବେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସେହିଭଳି ୪ର୍ଥ କିସ୍ତି ପାଇନଥିବା ୧ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଭେରିଫିକେସନ ପରେ ଗତ ମେ ୪ ତାରିଖରେ ଆସିଛି ସୁଭଦ୍ରା ଟଙ୍କା ।''
ଏହି ଯୋଜନାରେ ସାମିଲ ହେବା ପାଇଁ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ନୂଆ ଆବେଦନକାରୀଙ୍କ ସ୍ଥିତି ଏବଂ ଯୋଜନାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।''ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ପରେ ପୁନଃସମୀକ୍ଷା ବେଳେ କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା ।''
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ଏହା ସହିତ ନୂଆ ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।''ଅତି ସହଜରେ ବୁଝିବାକୁ ଗଲେ, ଆସନ୍ତା ଅଗଷ୍ଟ ୨୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା ।''
ଏଥିସହ ପଢ଼ନ୍ତୁ: ୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା ଅଗଷ୍ଟ ୨୮ ତାରିଖ ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ OCAC ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।''
.କୌଣସି ଯୋଗ୍ୟ ହିତାଧିକାରୀ ହେବେନି ବଞ୍ଚିତ:
ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ, ସେଥିପାଇଁ ପ୍ରଶାସନିକ ସ୍ତରରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ସମସ୍ତ ବାକି ଥିବା କାର୍ଯ୍ୟ ଏବଂ ଫିଲ୍ଡ ଇନକ୍ବାରୀକୁ ଜୁଲାଇ ୨୫ ସୁଦ୍ଧା ଶେଷ କରାଯାଇ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପଠାଯିବାର ବ୍ୟବସ୍ଥା କରାଯାଉଛି ।
.କାହିଁକି ଅଟକିଛି କିଛି ଆବେଦନକାରୀଙ୍କ ଟଙ୍କା?
ସମୀକ୍ଷା ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅନେକ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଦେଖାଦେଇଛି । ପ୍ରାୟ ୮୨ ହଜାର ୩୬ ଜଣ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ନାହିଁ । ସେମାନଙ୍କୁ ଯଥାଶୀଘ୍ର ନିଜ ବ୍ୟାଙ୍କକୁ ଯାଇ ଡିବିଟି ସକ୍ରିୟ କରିବାକୁ କୁହାଯାଇଛି, ଯଦ୍ୱାରା ସରକାରୀ ସହାୟତା ସିଧାସଳଖ ଆକାଉଣ୍ଟକୁ ଯାଇପାରିବ । ଏହା ସହିତ ୨୮ ହଜାର ୬୧୧ ଜଣ ଆବେଦନକାରୀଙ୍କର ବାୟୋମେଟ୍ରିକ E-KYC ପ୍ରକ୍ରିୟା ଏପର୍ଯ୍ୟନ୍ତ ହୋଇନାହିଁ । ଏହି ପ୍ରକ୍ରିୟା ସରିବା ପରେ ହିଁ ସେମାନଙ୍କ ଆବେଦନ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories