ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ସୁଭଦ୍ରା ଯୋଜନା ଏସଓପି
·1 year ago

ଅର୍ଗସ ବ୍ୟୁରୋ: ସାଧାରଣ ଲୋକଙ୍କ ମତାମତା ନେବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସଓପି । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ସରିଛି। ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି । ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି ।
ଲୋକମାନେ ଯାହା ମତାମତ ଦେବେ ସେହି ହିସାବରେ ସଂଶୋଧନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍ବ୍ୟାକ୍ ରିପୋର୍ଟ ଆସିବ। ଲୋକଙ୍କ ମତ ପରେ ଏସ୍ଓପିରେ ସଂଶୋଧନ ହୋଇ ସାର୍ବଜନୀନ ହେବ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: