Subhadra Yojana / ଭାଗ୍ୟ ବଦଳାଇଦେଲା ସୁଭଦ୍ରା ଯୋଜନା, ୧୫ ହଜାର ଟଙ୍କାରେ ଦୈନିକ ୩ ଶହ ରୋଜଗାର
·3 months ago·2 min read

Key Points
ଭାଗ୍ୟ ବଦଳାଇଦେଲା ସୁଭଦ୍ରା ଯୋଜନା
୧୫ ହଜାର ଟଙ୍କାରେ ଦୈନିକ ୩ ଶହ ରୋଜଗାର
ସ୍ୱାବଲମ୍ବୀ ହେଲେ ଗାଁର ଏହି ମହିଳା
୧୫ ହଜାର ଟଙ୍କାରେ ଦୈନିକ ୩ ଶହ ରୋଜଗାର
ସ୍ୱାବଲମ୍ବୀ ହେଲେ ଗାଁର ଏହି ମହିଳା
ଦୃଢ଼ ଇଚ୍ଛାଶକ୍ତି ଓ ସରକାରଙ୍କ ଆର୍ଥିକ ସହାୟତା ବଳରେ ଜଣେ ମହିଳା ସଂପ୍ରତି ସ୍ଵାବଲମ୍ବୀ ହୋଇପାରିଛନ୍ତି । ଯୋଜନା' ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ପ୍ରଥମ ତିନି କିସ୍ତିରେ ମିଳିଥିବା ୧୫ ହଜାର ଟଙ୍କାକୁ ପୁଞ୍ଜି କରି ସେ ତାଙ୍କ ବ୍ୟବସାୟକୁ ନିଶ୍ଚିତ କରିପାରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ, ରାଧାବଲ୍ଲଭପୁର ପଞ୍ଚାୟତ ଛତ୍ରପଦା ବାସିନ୍ଦା ତପସ୍ବିନୀ ସାମଲଙ୍କର ନିମ୍ନ ମଧ୍ୟବିତ୍ତ ପରିବାର । ସମ୍ପତ୍ତି କହିଲେ ୧୦ ଗୁଣ୍ଠ ଜମି, ସେଇଥିରେ ଘର କରି ରହିଛନ୍ତି । ସ୍ବାମୀ ଗଦାଧର ସାମଲ ଜଣେ କାଠ ମିସ୍ତ୍ରୀ । ଗ୍ୟାରେଜରେ ଟ୍ରକ ଡାଲା ତିଆରି କରନ୍ତି । ପରିବାର ଚଳିବାରେ ସାହାଯ୍ୟ କରିବା ପାଇଁ ତପସ୍ବିନୀ ‘ସୁଭଦ୍ରା’ ଟଙ୍କାରେ ରାଧାବଲ୍ଲଭପୁର ଗାଁ ରାସ୍ତା ଗଣେଶ ପଡ଼ିଆ ନିକଟରେ ଏକ ଛୋଟ ଦୋକାନ ଆରମ୍ଭ କରିଛନ୍ତି ।''
ଏହି ଦୋକାନ ଲାଗି ତପସ୍ୱିନୀ ବାହାରୁ କୌଣସି ଋଣ ନେଇ ନାହାନ୍ତି । ସ୍ୱାମୀ ଗ୍ୟାରେଜରୁ ବଳକା କାଠ ଆଣି ସୁଭଦ୍ରା ଯୋଜନାରୁ ମିଳିଥିବା ୧୫ ହଜାର ଟଙ୍କାରେ ସେ ଦୋକାନ ସାମଗ୍ରୀ କିଣିଛନ୍ତି । ଦୋକାନରେ ପାନ, ସିଗାରେଟ, ଅଣ୍ଡା, ପେଷ୍ଟ ଓ ପିଲାଙ୍କ ପାଇଁ ସ୍ନାକ୍ସ ସହ ସନ୍ଧ୍ୟାରେ ଅଣ୍ଡା ସିଝା ଓ ଆମଲେଟ ତିଆରି କରି ବିକ୍ରି କରୁଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ସାନପୁଅ ଦୋକାନ ପାଇଁ ଧାମନଗରରୁ ଜିନିଷପତ୍ର ଯୋଗାଇଦେଉଛି । ତପସ୍ବିନୀ ସେହି ଦୋକାନରୁ ଆଜି ଦୈନିକ ୩ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ସରକାରଙ୍କ ଏହି ସହାୟତା ମୋ ପାଇଁ ଅନ୍ଧାରରେ ଆଲୋକ ସଦୃଶ ସାଜିଛି ବୋଲି କହିଛନ୍ତି ତପସ୍ୱିନୀ ।''
ଏଥିସହ ପଢ଼ନ୍ତୁ: ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ,ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ
ତପସ୍ବିନୀ ସେହି ଟଙ୍କାରୁ ଏଭଳି ଦୋକାନ କରି ଘର ଚଳାଇବା ସହ ତାଙ୍କ ସ୍ବାମୀଙ୍କୁ ସହଯୋଗ କରିପାରୁଥିବାରୁ ବେଶ୍ ଖୁସି ଅନୁଭବ କରୁଛି ବୋଲି ସେ ଗର୍ବ କରନ୍ତି । ତପସ୍ବିନୀଙ୍କର ଇଛାଶକ୍ତି ଯୋଗୁଁ ଧାମନଗର ଓ ଆଖପାଖ ଅଞ୍ଚଳରେ ଏବେ ଚର୍ଚ୍ଚା ପାଲଟିଛି । ଯେତେବେଳେ ସୁଭଦ୍ରା ଟଙ୍କା ଆସେ ଆକାଉଣ୍ଟକୁ, ଅନେକ ମହିଳା ଭିନ୍ନ ଭିନ୍ନ ଚିନ୍ତା କରନ୍ତି । କିଏ ଭାବନ୍ତି ପରିବାର ପାଇଁ କିଛି ନୂଆ ଜିନିଷ କିଣିବି ତ ଆଉ କିଏ ଭାବନ୍ତି କଣ ଗୋଟେ ବିଜନେସ୍ କରିବାକୁ । ଠିକ ଏହିପରି ଭାବନା ନିଶ୍ଚିନ୍ତପକ୍ଷେ ତପସ୍ୱିନୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି, ଏହାସହ ସ୍ୱାବଲମ୍ୱୀ କରିପାରିଛି। ଯଦି ପ୍ରତ୍ୟେକ ମହିଳା ଏଭଳି ଭାବରେ ଚିନ୍ତା କରିବେ, ତେବେ ରାଜ୍ୟ ଏବଂ ଦେଶ ଆଗକୁ ବଢ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories