Videos
|
Odisha

ସୁଭଦ୍ରା ଯୋଜନା: ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ କରିବେ ଦାଖଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୁଭଦ୍ରା ଯୋଜନା: ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ କରିବେ ଦାଖଲ

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନା ନେଇ ଚାଲିଛି ପଞ୍ଜୀକରଣ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ ଓ ପୌରାଞ୍ଚଳ ଅଫିସ୍, ମୋ ସେବା ଏବଂ ସାଧାରଣ ସେବା କେନ୍ଦ୍ରରୁ ମାଗଣାରେ ମିଳୁଛି ଫର୍ମ। ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ କରିବେ ଦାଖଲ। କେବେଳ ଘରର ସାଧାରଣ ମହିଳା ନୁହନ୍ତି ଅଙ୍ଗନବାଡ଼ି ଓ ଆଶାକର୍ମୀ ବି ସୁଭଦ୍ରା ଯୋଜନା ପାଇଁ କରିପାରିବେ ଆବେଦନ। CRP, MBK ତଥା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ।

ଏହାସହ ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ବି ହୋଇପାରିବେ ସୁଭଦ୍ରା ହିତାଧିକାରୀ। ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କ୍ୟାମ୍ପରେ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ବ୍ୟବସ୍ଥା ହୋଇଛି । ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ  ଟୋଲ୍ ଫ୍ରି ନମ୍ବର 14678 ଜାରି ହୋଇଥିବା ବେଳେ   ମହିଳାଙ୍କ ଭିତରେ ବଡ଼ ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Subhadra Yojana: To be submitted at mo Seva and sadharan Seva Centre | Argus News