Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା

Swayangprajna Mishra
Browse all articles by Swayangprajna Mishra
·2 years ago
ଖୁବଶୀଘ୍ର ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା

ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନାକୁ ନେଇ ମତ ଦେଇଛନ୍ତି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି,  ସୁଭଦ୍ରା ଯୋଜନା କ୍ୟାବିନେଟ ମୋହର ବାଜିବା ପରେ ଡ୍ରାପଟିଙ୍ଗ ଷ୍ଟେଜରେ ଅଛି । ଏହି ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ସୁଭଦ୍ରା ଲଞ୍ଚ ହେବ । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା ।

ଅଧିକ ପଢନ୍ତୁ : ମୋହନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍: କ୍ୟାବିନେଟ ମିଟିଂ ସରୁ ସରୁ ୪ ବଡ ଘୋଷଣା

ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ଏହି ସ୍କିମକୁ ମହିଳା ମାନଙ୍କ ପାଖରେ ପହଞ୍ଚେଇବା ପାଇଁ । ଏଥିସହ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ଜିଏସଟି କାଉନସିଲ ବୈଠକରେ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana will be available to all women of the state soon | Argus News