ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା

Key Points
- ଆସିଲା ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍
- ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଯୋଜନା
- ଗଠନ ହେବ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି
- ସେପ୍ଟେମ୍ବର 17ରେ ଲୋକାର୍ପଣ କରିବେ ପିଏମ୍ ମୋଦି, ମହିଳାଙ୍କୁ ଦେବେ ପ୍ରଥମ କିସ୍ତି
- ବର୍ଷକୁ 10 ହଜାର ଓ 5 ବର୍ଷରେ 50 ହଜାର ପାଇବେ ହିତାଧିକାରୀ
ଅର୍ଗସ ବ୍ୟୁରୋ : 24 ମହାଲଢ଼େଇ ସମୟରେ ସୁଭଦ୍ରା ଯୋଜନା ନାଁରେ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଆଉ ସରକାର ଗଠନର ମାସ କେଇଟା ଭିତରେ ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହିଳାଙ୍କୁ ମିଳିବ ପ୍ରଥମ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ୟା ଭିତରେ ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ କମିଟିର ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଢ଼ାଯାଇଛି। ଉନ୍ନୟନ କମିଶନର ଉପାଧ୍ୟକ୍ଷ ଏବଂ କମିଟିରେ 12 ଜଣ ସଦସ୍ୟଙ୍କ ସହ ରହିବେ ଜଣେ ଉପସଦସ୍ୟ । ଖୁବଶୀଘ୍ର ଗଠନ ହେବ ବ୍ଲକ୍, ଜିଲ୍ଲା ଓ ସହରାଞ୍ଚଳ ସ୍ତରୀୟ ତଦାରଖ କମିଟି । ଯୋଜନାର ସାମଗ୍ରିକ କାର୍ଯ୍ୟକାରିତା ପାଇଁ ଦାୟୀ ରହିବ ଏହି କମିଟି। ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ୧କୋଟିରୁ ଅଧିକ ମହିଳା ହେବେ ଉପକୃତ ।
ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର : ଜାଣନ୍ତୁ କାହାକୁ ମିଳିବ, କିଏ ପାଇବନି ?
ସୁଭଦ୍ରା ପାଇଁ ଯୋଗ୍ୟତା ମାନଦଣ୍ଡ
ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବେ
ବୟସ 21 ବର୍ଷରୁ ଅଧିକ ଓ 60 ବର୍ଷରୁ କମ୍ ହୋଇଥିବ
ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଧରାଯିବ
ଆବେଦନକାରୀଙ୍କ ଜନ୍ମ 2 ଜୁଲାଇ 1964 ପୂର୍ବରୁ ଏବଂ 1 ଜୁଲାଇ 2003 ପରେ ହୋଇନଥିବ
ଜାଣିନେବା କେଉଁମାନେ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ
1 ଜୁଲାଇ 2024 ସୁଦ୍ଧା 21 ବର୍ଷରୁ କମ୍ ହୋଇଥିଲେ
60 ବର୍ଷରୁ ଅଧିକ ହୋଇଥିଲେ
କୌଣସି ସରକାରୀ ଯୋଜନାରୁ ମାସକୁ 1500 ବା ଅଧିକ ପାଉଥିଲେ
ପେନସନ, ଛାତ୍ରବୃତ୍ତି ସହାୟତା ଗ୍ରହଣ କରୁଥିଲେ
ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ବା ବିଧାୟକ
ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚିତ ଜନପ୍ରତିନିଧି
ସରକାରୀ ବିଭାଗର ମନୋନୀତ ପ୍ରତିନିଧି
ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଥିଲେ
୪ ଚକିଆ ଯାନର ମାଲିକାଣୀ ହୋଇଥିଲେ ଆବେଦନକାରୀ ଅଯୋଗ୍ୟ ବିବେଚିତ ହେବେ
ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାରେ ସୃଷ୍ଟି ହେବାକୁ ଯାଉଛି ନୂଆ ଇତିହାସ। ଆସନ୍ତା 17 ତାରିଖରେ ନିଜ ଜନ୍ମଦିନରେ ଓଡ଼ିଶା ଆସି ରାଜ୍ୟର ନାରୀଶକ୍ତିକୁ ବଡ଼ ଉପହାର ଦେବେ ପିଏମ୍ ମୋଦି।