Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା

Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା

Ritu Das
Browse all articles by Ritu Das
·1 year ago·2 min read
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା

ଅର୍ଗସ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର 17 ତାରିଖ ଦିନ ଓଡ଼ିଶାରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ସବୁ ପ୍ରତୀକ୍ଷାର ହେବ ଅନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳନ ବେଳେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପ୍ଟେମ୍ବର 17 ତାରିଖ ଦିନ ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି 5 ଲକ୍ଷ ମହିଳାଙ୍କ ଉପସ୍ଥିତିରେ ବିରାଟ ସମାବେଶରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ନୂଆଦିଲ୍ଲୀ ପରେ ଭୁବନେଶ୍ଵର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

2024 ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ରରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ନୂଆ ସରକାର ଶପଥ ନେବା ଦିନ ହିଁ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଗଲା । ସରକାର ଗଠନର 100 ଦିନ ଭିତରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି ସୁଭଦ୍ରା ଯୋଜନା । ସେପଟେ ବିଜେପିର ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ଭଳି ରଙ୍ଗ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବଡ଼ ଭାଇ ବଳଭଦ୍ରଙ୍କ ଭଳି ବଳ ଏବଂ ମାଆ ସୁଭଦ୍ରାଙ୍କ ଭଳି ଭଉଣୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ନିକଟରେ ନୂଆଦିଲ୍ଲୀ ଗସ୍ତ ବେଳେ ସୁଭଦ୍ରା ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର 17ରେ ଆରମ୍ଭ କରିବା ପାଇଁ ସ୍ୱୀକୃତି ମିଳିଛି, ଏହା ସରକାର ଗଠନର 100 ଦିନ ଭିତରେ ମଧ୍ୟ ଆସୁଛି । ସୁଭଦ୍ରା ଯୋଜନା ଓଡିଶାର ପୁର ପଲ୍ଲୀର ମା ମାନଙ୍କ ପାଇଁ ଉତ୍ସର୍ଗ ହେବ । ସମସ୍ତ ମହିଳାଙ୍କୁ 50 ହଜାରର ଦୁଇ ବର୍ଷ ଅବଧିର ଭାଉଚର ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳାଙ୍କ ସଶକ୍ତିକରଣ ପାଇଁ ପ୍ରତ୍ୟେକ ମହିଳାଙ୍କୁ ମିଳିବ 50 ହାଜର ଟଙ୍କାର କ୍ୟାସ ଭାଉଚର । ଯେଉଁ କ୍ୟାସ ଭାଉଚରକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ ମହିଳା ମାନେ । ସେହି ୫୦ ହଜାର ଟଙ୍କାକୁ ବିନିଯୋଗ କରି କୌଣସି ବେପାର, ବଣିଜ ଦ୍ୱାରା ନିଜକୁ ସ୍ୱାବଲମ୍ବୀ କରି ପାରିବେ ମହିଳା ମାନେ । ସେପଟେ ବିଜେପି ସରକାର ସୁଭଦ୍ରା ଯୋଜନା ଲାଗୁ କରିବାକୁ ଯାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ବଢିଛି ଉତ୍ସାହ ଓ ଉଦ୍ଦୀପନା ।

24 ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ 24 ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ଶପଥ ଗ୍ରହଣର କିଛି ସମୟ ପରେ ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନାରେ ମୋହର ମାରିବା ପରେ ସେପ୍ଟେମ୍ବର 17 ତାରିଖ ଦିନ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Argus Whatsapp Channel Mobile Top
Sponsored
Subhadra Yojana | Argus News