Subhadra Scheme / ମହିଳାଙ୍କ ପାଇଁ ଖୁସି ଖବର… ଏପ୍ରିଲରୁ ମେ’ ମାସକ ପାଇଁ କରିପାରିବେ ସୁଭଦ୍ରା ଆବେଦନ
·2 weeks ago·2 min read

Key Points
- ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର
- ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭରୁ ଖୋଲିବ ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିଲେ ଆବେଦନ କରିପାରିବେ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ ।
ଆସନ୍ତାକାଲି ସୁଭଦ୍ରା ଯୋଜନାର ଜନ୍ମ ଦିନ। ସୁଭଦ୍ରା ଯୋଜନାକୁ ପୁରିବ ୨ବର୍ଷ। ସେଥିପାଇଁ ସନ୍ଧ୍ୟା 6.30 ରେ ଘରେ ଘରେ ଦୀପ ଜାଳିବେ ମହିଳା। ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବେ ସୁଭଦ୍ରା ହିତାଧିକାରୀ। ଭବ୍ୟ ଦିବ୍ୟ ଢଙ୍ଗ ପାଳନ ହେବାସହ ମୁକ୍ତେଶ୍ଵର ମନ୍ଦିରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରାଯିବାର ଆୟୋଜନ କରାଯାଇଛି। ଘରେ ଘରେ ଦୀପ ଜାଳିବା ପାଇଁ ଆହ୍ୱାନ ଦିଆଯାଇଛି।
ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ,ଅଙ୍ଗନବାଡି ଅଫିସରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ। ୩୩୮ ଜାଗାରେ ପ୍ରତିଯୋଗିତା ଓ ସେଲିବ୍ରେସନ। ସେପ୍ଟେମ୍ବର ୧୭, ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ଦୁଇ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି। ୧କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ସୁଭଦ୍ରା। ୨୬ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ଉଦ୍ୟୋଗ ପତି ବନିଛନ୍ତି।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ ।
ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ । ଆସନ୍ତା ଏପ୍ରିଲ୍ରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ସେମାନଙ୍କ ପାଇଁ ସୁଯୋଗ । ଖାସ୍ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ । ସେମାନଙ୍କ ପାଇଁ ଖୁସିର ଖବର।#ପୁଣି_ଏପ୍ରିଲରେ_ଖୋଲିବ_ସୁଭଦ୍ରା_ପୋର୍ଟାଲ
— Argus News (@ArgusNews_in) September 16, 2026
ନୂଆ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର
ପୁଣି ଏପ୍ରିଲରେ ଖୋଲିବ `ସୁଭଦ୍ରା' ପୋର୍ଟାଲ
ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭରୁ ଖୋଲିବ ପୋର୍ଟାଲ
ଏପ୍ରିଲ ଓ ମେ' ଦୁଇମାସ ପାଇଁ ଖୋଲିବ ପୋର୍ଟାଲ
୨୧ବର୍ଷ ବୟସ ହୋଇଥିଲେ କରିପାରିବେ ଆବେଦନ
ଚଳିତବର୍ଷ ନୂଆ ହିତାଧିକାରୀଙ୍କୁ ମିଳିଛି ପଞ୍ଚମ କିସ୍ତି… pic.twitter.com/CfUJBoxHSB
ଆସନ୍ତାକାଲି ସୁଭଦ୍ରା ଯୋଜନାର ଜନ୍ମ ଦିନ। ସୁଭଦ୍ରା ଯୋଜନାକୁ ପୁରିବ ୨ବର୍ଷ। ସେଥିପାଇଁ ସନ୍ଧ୍ୟା 6.30 ରେ ଘରେ ଘରେ ଦୀପ ଜାଳିବେ ମହିଳା। ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବେ ସୁଭଦ୍ରା ହିତାଧିକାରୀ। ଭବ୍ୟ ଦିବ୍ୟ ଢଙ୍ଗ ପାଳନ ହେବାସହ ମୁକ୍ତେଶ୍ଵର ମନ୍ଦିରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରାଯିବାର ଆୟୋଜନ କରାଯାଇଛି। ଘରେ ଘରେ ଦୀପ ଜାଳିବା ପାଇଁ ଆହ୍ୱାନ ଦିଆଯାଇଛି।
ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ,ଅଙ୍ଗନବାଡି ଅଫିସରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ। ୩୩୮ ଜାଗାରେ ପ୍ରତିଯୋଗିତା ଓ ସେଲିବ୍ରେସନ। ସେପ୍ଟେମ୍ବର ୧୭, ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ଦୁଇ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି। ୧କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ସୁଭଦ୍ରା। ୨୬ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ଉଦ୍ୟୋଗ ପତି ବନିଛନ୍ତି।
ଶୀଘ୍ର ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ; ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories