Subhadra Money Today / ଶୀଘ୍ର ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ; ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
·31 mins ago·2 min read

Key Points
ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଯାଇଛି ଟଙ୍କା
ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଯାଇଛି ଟଙ୍କା
ନୟାଗଡ଼/ବଲାଙ୍ଗୀର: ଆଜି ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି । ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିଛି ସୁଭଦ୍ରାର ପଞ୍ଚମ କିସ୍ତି । ନୟାଗଡ଼ ଲାଠିପଡ଼ା ପଡିଆରୁ ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ କିସ୍ତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ୫ ହଜାର ୧୬୩ କୋଟି ୮ ଲକ୍ଷ ୧୦ ହଜାର ଟଙ୍କା । ସେପଟେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ସାମିଲ କରାଯାଇଛି । ଯେଉଁମାନେ ଏହି ଥର ପ୍ରଥମ କିସ୍ତି ପାଇଛନ୍ତି ।
ପଢନ୍ତୁ ଏହି ଖବର: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍ର ବଡ଼ ଉପହାର, 'ଆମ ବସ୍'ରେ ମାଗଣା ଯାତ୍ରା
- ସୁଭଦ୍ରାର ୫ମ କିସ୍ତି ପାଇଲେ ହିତାଧିକାରୀ
- ୫ ବର୍ଷରେ ୫୦,୦୦୦ ପାଇବେ ମହିଳା
ପଢନ୍ତୁ ଏହି ଖବର: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍ର ବଡ଼ ଉପହାର, 'ଆମ ବସ୍'ରେ ମାଗଣା ଯାତ୍ରା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯେଉଁଥିରେ ପ୍ରଥମ ୪ଟି କିସ୍ତି ମାଧ୍ୟମରେ ୨୦,୬୪୮ କୋଟି ଟଙ୍କାରୁ ଅଧିକ ୧ କୋଟିରୁ ଅଧିକ ମହିଳାଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଜମାରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ଏକାଥରେ ୫ଟି କିସ୍ତିର ୨୫,୦୦୦ ଟଙ୍କା ମିଳିବ ।
Related Topics
Explore more stories