Videos
|
Odisha

Subhashree Mystery / ଶୁଭଶ୍ରୀ ନିଖୋଜ ଘଟଣା : ଗଡୁଛି ଦିନ ବଢୁଛି ସସ୍ପେନ୍ସ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶୁଭଶ୍ରୀ ନିଖୋଜ ଘଟଣା : ଗଡୁଛି ଦିନ ବଢୁଛି ସସ୍ପେନ୍ସ
Subhashree

Key Points

ଶୁଭଶ୍ରୀ ଦାସ ନିଖୋଜ ଘଟଣା
ଗଡୁଛି ଦିନ ବଢୁଛି ସସ୍ପେନ୍ସ
ଶୁଭଶ୍ରୀର ମୃତ  ଦେହକୁ  ଖୋଜିପାଉନି ପୋଲିସ
ଆଗେଇପାରୁନି ତଦନ୍ତ
କେନ୍ଦ୍ରାପଡ଼ା,୦୩/୧୦ : ଦିନ ଗଡୁଛି ଆଉ  ଶୁଭଶ୍ରୀ ନିଖୋଜ ଘଟଣାରେ ସସ୍ପେନ୍ସ  ବି ବଢୁଛି।  ଶୁଭଶ୍ରୀର ମୃତ  ଦେହ ଖୋଜିପାଉନି ପୋଲିସ, ଆଗେଇପାରୁନି ତଦନ୍ତ। ହଂସୁଆ ନଦୀ କୂଳରେ ଏବେ ବି ଲୁଚିଛି ଶୁଭଶ୍ରୀ ମିଷ୍ଟ୍ରି।  ଶୁଭଶ୍ରୀ ନିଖୋଜ ଘଟଣାକୁ ଆଜିକୁ ୮ ଦିନ ବିତିଛି। କିନ୍ତୁ ଏପର୍ଯ୍ୟନ୍ତ ଶୁଭଶ୍ରୀ ଙ୍କୁ କିଏ ହତ୍ୟା କରିଛି ନାଁ ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଜାଣିବା ମୁସ୍କିଲ ହୋଇପଡିଛି। ଗତ ୩ ଦିନ ହେଲାଣି ହଂସୁଆ ନଦୀରେ ଅଗ୍ନିଶମ ବାହିନୀ କରୁଛି  ସର୍ଚ୍ଚ ଅପରେସନ। ତା ପରେ ବି ମିଳିପାରୁନି ଶୁଭଶ୍ରୀଙ୍କ ମୃତ ଦେହ। 

ତେବେ ଏହାରି ଭିତରେ ପ୍ରତ୍ୟକ୍ଷଦର୍ଶୀ ବୟାନ ଏବଂ ପରିବାରର ବିଳମ୍ବରେ ଅଭିଯୋଗ ଏବେ ଘଟଣା ଉପରେ ସନ୍ଦେହ ବଢ଼ାଇଛି। ଯଦିଓ ପୋଲିସ ଅଭିଯୋଗ କୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିସାରିଛି, କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ଅନୁସାରେ କାହିଁକି କରୁନି ତଦନ୍ତ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ

ନିଖୋଜରେ ୫ ଦିନ ପରେ ଏତଲା

ଗତ ୨୫ ତାରିଖରେ ଝିଅ ନିଖୋଜ, ଶୁଭଶ୍ରୀ ନିଖୋଜ ହେବାର ୫ ଦିନ ପରେ ତାଙ୍କ ଜେଜେ ଶୁକଦେବ ଦାସ ଏତଲା ଦେଇଛନ୍ତି ଓ ତାଙ୍କ ଏତଲା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ରଖିଛି । ଜେଜେଙ୍କ ଏତଲା ଅନୁଯାୟୀ ଶୁଭଶ୍ରୀ ନିଖୋଜ ହେବା ଦିନ ତାଙ୍କ ବାପାମା’ କେହି ଘରେ ନଥିଲେ । ଗତକାଲି ଶୁଭଶ୍ରୀଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କ ଝିଅ ମାନସିକ ରୋଗୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶୁଭଶ୍ରୀ ନିଖୋଜ ଘଟଣାରେ ୭ ଦିନ ପରେ ବି ମିଳୁନି ପତ୍ତା,ସ୍ପଷ୍ଟ ହେଉନି ନିଖୋଜ ନା ମୃତ ?

ସେପଟେ ୨୮ ତାରିଖରେ ମୃତ ଦେହ ମିଳିବା ଏବଂ ପୁଣି ମୃତ ଦେହରେ ପଥର ବାନ୍ଧି ନଦୀ ରେ ଫୋପାଡ଼ି ଦେବା ଘଟଣା କୁ ପ୍ରତ୍ୟକ୍ଷଦର୍ଶୀ ଦେଖିଥିଲେ ବି, ପୋଲିସ କାହିଁକି ଦେଉନି ଗୁରୁତ୍ୱ। ଏପରିକି ପରିବାରର ଅଭିଯୋଗ ପୂର୍ବରୁ ୬ ଜଣଙ୍କୁ ଡକାଇ ପଚାରିଉଚରା କରି  ଛାଡ଼ିଦେବା ଘଟଣା ଏବେ ପୋଲିସର ତଦନ୍ତ ଉପରେ ସନ୍ଦେହ ବଢ଼ାଇଛି।

ତେବେ ଏ ଘଟଣା କୁ ନେଇ ରାଜନଗର ଥାନା ଅଧିକାରୀ କହିଛନ୍ତି, ଇନକ୍ୱାରୀ ଚାଲିଛି, ମୃତ ଦେହ ମିଳିଲେ ଜଣେଇବେ, ଝିଅର ମୁଣ୍ଡ ଦୋଷ ଥିଲା ବୋଲି କହି ପରିବାର ଲୋକେ ଚୁପ ରହୁଛନ୍ତି। ଅନ୍ୟପଟେ ଘଟଣା ଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ସତ୍ୱେ ଜିଲ୍ଲା ଏସପି ଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପଥର ବନ୍ଧା ହୋଇଥିଲେ କେମିତି ମିଳିବ ମୃତଦେହ?

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଶୁଭଶ୍ରୀଙ୍କ ମୃତଦେହ ଠାବ ହେଲା ପରେ ତାଙ୍କ ପରିବାର ସଦସ୍ୟ ୩ଟି ପଥର ବାନ୍ଧି ତାଙ୍କୁ ମଝି ନଈରେ ବୁଡ଼ାଇ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କଥା ଯଦି ସତ୍ୟ ହୋଇଥାଏ ଓ ଶୁଭଶ୍ରୀଙ୍କୁ ମଝି ନଈରେ ପଥର ଖଣ୍ଡ ବାନ୍ଧି ବୁଡ଼ାଇ ଦିଆଯାଇଥାଏ ତା’ ହେଲେ ତାଙ୍କୁ ଅଗ୍ନିଶମ ବିଭାଗ ଠାବ କରିବ କେମିତି?