ଆକାଶଙ୍କ ପାଇଁ ପ୍ରଚାରରେ ବାହାରିଲେ ସ୍ତ୍ରୀ
·2 years ago·1 min read

ଯାଜପୁର : ନିର୍ବାଚନ ପାଇଁ ସରଗରମ ଓଡିଶାର ରାଜନୀତି । ନିଜ ନିଜର ପ୍ରଚାର ପାଇଁ ବାହାରି ପଡିଛନ୍ତି ନେତା । ଏ ଭିତରେ ମୈଦାନକୁ ଓହ୍ଲାଇଛନ୍ତି କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ । ବ୍ୟାସନଗର ପୋୖରାଞ୍ଚଳ ରେ ମହିଳା କର୍ମୀ ମାନଙ୍କ ସହ ଘର ଘର ବୁଲି କୋରାଇ ଅସ୍ମିତା,ସ୍ୱାଭିମାନ ଓ ,ସମ୍ମାନ ର କଥା କହି ନିଜ ସ୍ୱାମୀ ତଥା କୋରାଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
ଅଧିକ ପଢନ୍ତୁ : କୋରେଇରୁ କାହିଁକି ବବିଙ୍କ ମାଆ ?
ଗୋଟେ ପଟେ ଆକାଶ କୋରେଇ ବିଧାନସଭା କ୍ଷେତ୍ରର ବିଭିନ୍ନ ପଂଚାୟତରେ ବୁଲି ବୁଲି ମାରାଥନ ପ୍ରଚାର ଓ ମିଶ୍ରଣ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରୁଥିବାବେଳେ ଅପରପକ୍ଷରେ ତାଙ୍କ ସ୍ତ୍ରୀ ଶୁଭ୍ରଜୋତି ଦାସ ନାୟକ ବ୍ୟାସନଗର ପୋୖରାଞ୍ଚଳ ରେ ନିଜ ସ୍ୱାମୀ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: