ଜାତୀୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା
·2 years ago

ଭୁବନେଶ୍ୱର: ଜାତୀୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା। କାର୍ଗିଲ ବିଜୟର 25 ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡିଆନ ମିଲିଟେରୀ ଏକାଡେମୀ ପକ୍ଷରୁ ଆର୍ମି କୁଇଜ ପ୍ରତିଯୋଗିତା 2023ରେ ରନର୍ସଅପ ହୋଇଛନ୍ତି ଭୁବନେଶ୍ଵରର କଳିଙ୍ଗନଗରର ଡିଏଭି ସ୍କୁଲର ଛାତ୍ରଛାତ୍ରୀ। ବ୍ୟାଟେଲ ଅଫ ମାଇଣ୍ଡ ନାମରେ ଏହି ପ୍ରତିଯୋଗିତାରେ 36 ହଜାର ସ୍କୁଲ ଅନଲାଇନ୍ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ ।
ଏଥିମଧ୍ୟରୁ 216ଟି ସ୍କୁଲ ଅନ୍ତିମ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଥିଲେ। ଶେଷ ପର୍ଯ୍ୟାୟର ଉତୀର୍ଣ୍ଣ ହୋଇଥିବା ସ୍କୁଲକୁ ନେଇ ଡେରାଡୁନରେ ଅନୁଷ୍ଠିତ ଏହି କୁଇଜ ପ୍ରତିଯୋଗିତାରେ ଉପବିଜେତା ଭାବେ ସମାପ୍ତ କରିଛନ୍ତି ଭୁବନେଶ୍ଵରର କଳିଙ୍ଗନଗରର ଡିଏଭି ସ୍କୁଲର ଓମକାର ମହାନ୍ତି, ଆଭା ପ୍ରିୟଦର୍ଶିନୀ ଓ ଶ୍ରୀମାନ ମିଶ୍ର। ଉପବିଜେତା ଭାବେ ତାଙ୍କୁ 85 ହଜାର ଆର୍ଥିକ ରାଶି ଏବଂ 50 ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: