ଦଳ ଦୁର୍ବଳ ପ୍ରାର୍ଥୀ ଦେଇଥିବା ଅଭିଯୋଗ ଆଣିଲେ ସୁଚରିତା

ଅର୍ଗସ ବ୍ୟୁରୋ: ଟିକେଟ କୁ ନେଇ କଂଗ୍ରେସରେ ଟେନସନ । କେଉଁଠି ଟିକେଟ ଦେବା ପରେ କଟାଯିବା କୁ ନେଇ ନେତା ଦଳ ଛାଡୁଥିବା ବେଳେ କେଉଁଠି ଟିକେଟ ଫେରାଉଛନ୍ତି ପ୍ରାର୍ଥୀ । କିଛି ଦିନ ତଳେ ଆଠଗଡ ବିଧାୟକ ପ୍ରାର୍ଥୀ ମେହେବୁବ ଅହମ୍ମଦ ଖାନ ଟିକେଟ ପାଇବା ପରେ ଫରାଇ ଦେଇଥିଲେ ।ଆଉ ଆଜି ହାଇକମାଣ୍ଡ ଙ୍କୁ ଟିକେଟ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ସୁଚରିତା ଙ୍କ ଅଭିଯୋଗ ନିର୍ବାଚନ ପାଇଁ ଅର୍ଥ ଦେଉନି କଂଗ୍ରେସ । ତେବେ ପୁରୀ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ର ଆଗୁଆ ଆଭାସ ପାଇ ସୁଚରିତା ଟିକେଟ ଫରାଇଥିବା କହିଛନ୍ତି କଂଗ୍ରେସ ପ୍ରଭାରୀ ।
ବିଜେପି ଓ ବିଜେଡି ର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ କଂଗ୍ରେସ ର ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ଏବେ ବି ବାକି ରହିଛି । ଆଠଗଡ ଓ ପୁରୀ ପ୍ରାର୍ଥୀ ଙ୍କ ଟିକେଟ ଫରସ୍ତ ପରେ ଏବେ ସେଠାରେ ବି ନୂଆ ପ୍ରାର୍ଥୀ ଦେବ ଦଳ । ସେପଟେ ପ୍ରଥମେ ବିଜେଡି ଓ ପରେ ବିଜେପି ଛାଡିଥିବା ଦେବାଶିଷ ନାୟକ ଆଜି କଂଗ୍ରେସ ରେ ଯୋଗ ଦେବା ପରେ ବରୀ ପ୍ରାର୍ଥୀ ପରିବର୍ତ୍ତନ ନେଇ ମଧ୍ୟ ଚର୍ଚା ହେଉଛି । ଏଭଳି ସ୍ଥିତିରେ ୨୪ ମହାଲଢ଼େଇ ରେ ଦୁର୍ବଳ କଂଗ୍ରେସର ପ୍ରଦର୍ଶନ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।
2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ , 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । ଏମିତିକି 2019 ସାଧାରଣ ନିର୍ବାଚନ ପରେ ପାଟକୁରା, ବାଲେଶ୍ବର, ପିପିଲି, ପଦ୍ମପୁର, ପରି ସ୍ଥାନରେ ଦଳର ପ୍ରାର୍ଥୀ ଅମାନତ ହରାଇଥିଲେ ଭୋଟ ହାର ବି ଅତି ନବଣ୍ୟ ଥିଲା। ରାଜ୍ୟରେ କଂଗ୍ରେସ ଭୋଟ ଖସିବାର ବଡ ଲାଭ ବିଜେପି ନେଉଛି । ଦଳ ନିଜ ସଙ୍ଗଠନ ନ ସଜାଡିଲେ ଆଗକୁ ରାଜ୍ୟ ରେ ଦ୍ବିମୁଖୀ ଳଢ଼େଇ ହେବା ନେଇ ସଙ୍କେତ ମିଳୁଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: