Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲୁକା ଚିତ୍ର ମାଧ୍ୟମରେ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·2 years ago
ବାଲୁକା ଚିତ୍ର ମାଧ୍ୟମରେ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ: ଭାରତରତ୍ନ ଲାଲକୃଷ୍ଣ ଆଡଭାନୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା । ପୁରୀ ବେଳାଭୂମିରେ ବାଲୁକା ଚିତ୍ର ମାଧ୍ୟମରେ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଏହି ସୁନ୍ଦର ବାଲୁକା ଚିତ୍ରକଳାରେ ଲାଲକୃଷ୍ଣ ଆଡଭାନୀଙ୍କ ଏକ ପ୍ରତିକୃତି କରିଛନ୍ତି ସୁଦର୍ଶନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudarsan Pattnaik creates sand sculpture of veteran BJP leader LK Advani | Argus News