Videos
|
Odisha

ବାଲୁକାକଳାରେ ଓଡିଆ ନବବର୍ଷର ଅଭିନନ୍ଦନ

Banajyotshna Ray
Browse all articles by Banajyotshna Ray
·2 years ago
ବାଲୁକାକଳାରେ ଓଡିଆ ନବବର୍ଷର ଅଭିନନ୍ଦନ

ଅର୍ଗସ ବ୍ୟୁରୋ:  ଉତ୍କଳୀୟ ନବବର୍ଷ ଉପଲକ୍ଷେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ ପ୍ରତିକୃତି ନିର୍ମାଣ କରିବା ସହ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଜୟ ଜଗନ୍ନାଥ ସହ ODIA NEW YEAR ଲେଖି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ପରମ୍ପରା ଅନୁଯାୟୀ ବାଲୁକାରାଶିରେ ସୁଦର୍ଶନ ତୁଳସୀ ଚଉରା, ପଣା ପାଇଁ ଆବଶ୍ୟକ ଛତୁଆ, ନଡିଆ, କଦଳୀ, ଆମ୍ବ, ବେଲ ଇତ୍ୟାଦି ନିର୍ମାଣ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sudarsan Pattnaik Welcomes Odia New Year with Sand Sculpture | Argus News